ସୋମବାର ରାଶିଫଳ (ଜାନୁଆରୀ ୧୫)

ମେଷ: ବିଶାଳ ଯଶ ଅର୍ଜନ କରିବେ। ନାନା ସୁଖ ପ୍ରାପ୍ତିର ସୂଚନା ମିଳୁଛି। ଦୁଃଖୀ, ଦରିଦ୍ର ଓ ବ୍ରହ୍ମ ଉପାସକ ଭଳି ସତ୍‌ପାତ୍ରରେ ଧନଦାନ କରିପାରନ୍ତି। ଶତ୍ରୁ ବିଜୟୀ ହେବେ। ଅସାଧ୍ଯ ସାଧନ କରି ସନ୍ତୁଷ୍ଟ ହେବେ। ସୁଖୀ ରହିବେ।
ବୃଷ: ବିନୟାବନତ ହୋଇପାରନ୍ତି। ବହୁ ଉତ୍ତମ ମିତ୍ରମାନଙ୍କ ସାହଚାର୍ଯ୍ୟର ସୁଯୋଗ ଅଛି। ପ୍ରବଳ ପ୍ରତାପୀ ହେବେ। ଦ୍ବିଜମାନଙ୍କ ପ୍ରତି ଅନୁରକ୍ତି ରହିବ। ଦୃଢ଼ ପୌରୁଷସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ଦାନାଦି ମହତ୍ ଧର୍ମୀୟ କାର୍ଯ୍ୟକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସମ୍ପାର୍ଗୀ ହୋଇ ଅଭୀଷ୍ଟ ସିଦ୍ଧି କରିବାରେ ପାରଙ୍ଗମ ହେବେ। ପତ୍ନୀ, ପୁତ୍ର ସହିତ ସୁଖରେ ବାସ କରିବେ। ଧନବାନ୍ ହେବେ।
କର୍କଟ: ତେଜହୀନ ହୋଇପାରନ୍ତି। ସର୍ବ ସୁଖରୁ ବଞ୍ଚିତ ହେବାର ସୂଚନା ମିଳୁଛି । ପତ୍ନୀଙ୍କ ବିରାଗ ଭାଜନ ହୋଇପାରନ୍ତି । ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ କିଛି ଧନ ମିଳିପାରେ। ଭ୍ରମଣ ବ୍ୟର୍ଥ ହେବ।
ସିଂହ: ବିବାହ ବିଳମ୍ବ ହୋଇଥିଲେ ବି ପତ୍ନୀ ଆଜ୍ଞାକାରିଣୀ ଓ ସେବାକାରିଣୀ ହେବେ । ଜୀବନ ସୁଖମୟ ହେବ। ସରକାରଙ୍କଠାରୁ ଧନଲାଭ ହେବ। ଶତ୍ରୁ ବିଜୟୀ ହେବେ। ଆତ୍ମ ଶକ୍ତିବଳରେ ବଳୀୟାନ ହେବେ ।
କନ୍ୟା: ଶତ୍ରୁ ବିନାଶକ ହୋଇପାରନ୍ତି। ଅକ୍ଳେଶରେ ନିର୍ବାଚନ ବୈତରଣୀ ପାରି ହୋଇଯିବେ। ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇପାରନ୍ତି। ସଫଳ ରାଜନୀତିଜ୍ଞ ହେବେ। ପୁଣାମ୍ୟା ଓ ଈଶ୍ବର ବିଶ୍ବାସୀ ହେବେ।
ତୁଳା: ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ଉଚ୍ଚଶିକ୍ଷା ସହିତ ମହାନ୍‌ ଡିଗ୍ରୀଧାରୀ ହେବେ। ଦେବୀ ଭକ୍ତ ଓ ଉତ୍ତମ ଲେଖକ ହେବାର ସୂଚନା ମିଳୁଛି। ଗମ୍ଭୀର ପ୍ରକୃତିର ହେବେ।
ବିଛା: ବିଚାରଧାରା ଉତ୍ତମ ମାନର ହେବ। ପିତୃମାତୃ ଭକ୍ତ ହେବେ। ପୈତୃକ ଧନ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ତେଲ ବ୍ୟବସାୟ ଲାଭପ୍ରଦ ହେବ । ଖାଦାନ ଓ ଧନବାନ୍ ହେବେ।
ଧନୁ: ନିରୀହ ସ୍ବଭାବର ହୋଇପାରନ୍ତି। ପ୍ରମାଦହୀନ ହେବେ। ସାଧୁସେବାରୁ ପୁଣ୍ୟ ଅର୍ଜନ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। ଉନ୍ନତିପାଇଁ ଯତ୍ନଶୀଳ ହେବେ।
ମକର: କଠିନ ପରିଶ୍ରମୀ ହେବେ । ଗୁରୁଭକ୍ତ ହେବାର ସୂଚନା ମିଳୁଛି । ପୈତୃକ ସମ୍ପତ୍ତି ଭୋଗ କରିବେ। ଦୟାଳୁ ଓ ନ୍ୟାୟପ୍ରିୟ ହେବେ। କ‌ଥାବାର୍ଭା ଓଜନଦାର ହେବ। ଧର୍ମ ବିଶ୍ଵାସୀ ହେବେ। ପୁଣ୍ୟ କର୍ମ କରିପାରନ୍ତି ।
କୁମ୍ଭ: ଧନବାନ୍ ହେବେ। ଶାନ୍ତିପ୍ରିୟ ହୋଇପାରନ୍ତି। ଆୟୁଷ୍ମାନ୍ ହେବେ। ରାଜନୀତିଜ୍ଞ ହେବେ। ଶତ୍ର ବିନାଶକ ହୋଇପାରନ୍ତି। କଠିନ ପରିଶ୍ରମ କରି ଧନ ଅର୍ଜନ କରିପାରନ୍ତି। ଆଧୂପତ୍ୟ ବିସ୍ତାର କରିପାରନ୍ତି।
ମୀନ: ପ୍ରଭାବଶାଳୀ ହେବେ। ପୁରୁଷାର୍ଥୀ ହୋଇପାରନ୍ତି। ଗୁପ୍ତ ବିଦ୍ୟା ଜ୍ଞାତା ହୋଇପାରନ୍ତି। ପତ୍ନୀ ରୂପବତୀ ଓ ଗୁଣବତୀ ହୋଇପାରନ୍ତି। କୃଷି କର୍ମରେ ଲାଭପ୍ରଦ ହେବେ। ଲୁହାପଥର ବ୍ୟବସାୟରୁ ଲାଭ ମିଳିବ।

Comments are closed.