www.samajalive.in
Friday, December 12, 2025
27.1 C
Bhubaneswar

ଭାବିଥିଲେ ଭାଇରାଲ ହେବେ, ହେଲେ ଫସିଗଲେ ଯୁବକ

ଡେସ୍କ: ଭାଇରାଲ ହେବା ଚକ୍କରରେ ଆଜିକାଲି ଯିଏ ଯେମିତି ଭାବୁଛି ରିଲସ ତିଆରି କରି ଇଣ୍ଟରନେଟରେ ଅପଲୋଡ଼ କରୁଛି। ଏମିତି ଅନେକ ଭିଡିଓ ରହିଛି ଯାହା ବାସ୍ତବରେ ସମାଜକୁ ଭିନ୍ନ ବାର୍ତ୍ତା ଦେଉଛି ଓ ସେଥିପାଇଁ ଲୋକମାନେ ସେଗୁଡିକୁ ପସନ୍ଦ କରୁଛନ୍ତି ଓ ଲାଇକ ଏବଂ ଫଲୋ ମଧ୍ୟ କରୁଛନ୍ତି। ହେଲେ ଇଣ୍ଟରନେଟରେ ଏମିତି ବି କିଛି ଭିଡିଓ ଭାଇରାଲ ହେଉଛି ଯାହା ଲୋକଙ୍କ ପସନ୍ଦ ତ ଦୂରର କଥା, ଅଦାଲତରେ ମାମଲା ପହଂଚି ଯାଉଛି ଓ କେତେକ କ୍ଷେତ୍ରରେ କୋର୍ଟ ମଧ୍ୟ ଦଣ୍ଡବିଧାନ କରୁଛନ୍ତି।

ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ। ମଧ୍ୟପ୍ରଦେଶ କୋର୍ଟଙ୍କ ରାୟ ପରେ ଘଟଣା ଆହୁରି ରୋଚକ ମୋଡ଼ ନେଇଛି। ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଜବଲପୁରର ଫୈଜଲ ନିଶାର ନାମକ ଜଣେ ବ୍ୟକ୍ତି ଭାଇରାଲ ହେବା ଉଦ୍ଦେଶ୍ୟ ରଖି ‘ପାକିସ୍ତାନ ଜିନ୍ଦାବାଦ…ଭାରତ ମୁର୍ଦ୍ଦାବାଦ’ କହିଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିଥିଲେ। ସମ୍ପୃକ୍ତ ଭିଡିଓଟି ସାମାଜିକ ଗଣମାଧ୍ୟମରେ ଖୁବ କମ ସମୟ ମଧ୍ୟରେ ଭାଇରାଲ ମଧ୍ୟ ହୋଇଥିଲା।

- Advertisement -


ଏହି ଘଟଣାରେ ଯେଉଁମାନେ ତାଙ୍କ ଭିଡିଓ ଦେଖୁଥିଲେ ସେମାନେ ଫୈଜଲକୁ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଘଟଣା ଯାଇ ପହଞ୍ଚିଥିଲା ପୁଲିସ ପାଖରେ।ପରେ ପୁଲିସ ଫୈଜଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ଘଟଣାରେ ଜାମିନ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା ଫୈଜଲ। କୋର୍ଟ କିନ୍ତୁ ଜାମିନ ବାବଦକୁ ଅର୍ଥ କି ଆଉକିଛି ସର୍ତ୍ତ ରଖିନଥିଲେ। କୋର୍ଟ କହିଥିଲେ ଯେ ଫୈଜଲକୁ ଜବଲପୁର ଥାନା ପରିସରରେ ଥିବା ତ୍ରିରଙ୍ଗାକୁ ସଲାମ କରିବା ସହ ୨୧ ଥର ଭାରତ ମାତା ଜୟ କହିବାକୁ ପଡିବ। ତାହା ହିଁ ହୋଇଥିଲା, ଅଭିଯୁକ୍ତ ଫୈଜଲ ତ୍ରିରଙ୍ଗାକୁ ସଲାମ କରିବା ସହ ୨୧ ଥର ଭାରତ ମାତା କି ଜୟ କହିଥିଲେ। ସେ ଆଗକୁ ମଧ୍ୟ ଏଭଳି ଭୁଲ କରିବେ ନାହିଁ ବୋଲି କୋର୍ଟଙ୍କୁ ଜଣାଇଥିଲେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories