www.samajalive.in
Friday, December 12, 2025
14.1 C
Bhubaneswar

ଅଖିଳ ଭାରତ କୃଷକ ସଭାର ବିକ୍ଷୋଭ, କୃଷକମାନଙ୍କୁ ୧୦ ହଜାର ପେନସନ ଦାବି

ବାସୁଦେବପୁର : ଅଖିଳ ଭାରତ କୃଷକ ସଭା ବାସୁଦେବପୁର ଶାଖା ପକ୍ଷରୁ ଏକାଧିକ ଦାବିନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା ଜରିଆରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ। ଏହି ଅବସରରେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ଛକରୁ ଶୋଭା ଯାତ୍ରା ବାହାରିଥିଲା। ଚାଷୀଙ୍କ ସମସ୍ୟା ସମ୍ବଳିତ ବିଭିନ୍ନ ସ୍ଲୋଗାନ ଦେଇ ସହର ବୁଲିଥିଲା। ନାରୀନେତ୍ରୀ ବନଲତା ଜେନାଙ୍କ ସଂଯୋଜନାରେ ବ୍ଲକ ପରିସରରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।

ସଂଗଠନର ଜିଲା ସଭାପତି ହରିହର ବେହେରା, ସମ୍ପାଦକ ବିମ୍ବାଧର ବାରିକ, ଜୟନ୍ତ ବେହେରା, ପ୍ରେମାନନ୍ଦନ ମହାପାତ୍ର, କାହ୍ନୁ ଚରଣ ବେହେରା ପ୍ରମୁଖ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅଭିଭାଷଣ ରଖିଥିଲେ। ୬୦ବର୍ଷ ବୟସ୍କ ଚାଷୀଙ୍କୁ ୧୦ ହଜାର ଟଙ୍କା ପେନସନ, କୃଷି ଯନ୍ତ୍ରାଂଶ ଉପରୁ ଜିଏସଟି ପ୍ରତ୍ୟାହାର, ଚାଷୀଙ୍କ କୃଷି ଋଣ ଛାଡ, ଚାଷ ଜମିକୁ ଜଳ ସେଚନ ବ୍ୟବସ୍ଥା, ମନରେଗା ଯୋଜନାକୁ ସମ୍ପ୍ରସାରଣ କରି କୃଷି କ୍ଷେତ୍ରରେ ସାମିଲ କରିବା ଆଦି ସମ୍ବଳିତ ପତ୍ର ବିଡିଓଙ୍କ ଅନୁପସ୍ଥିତରେ ମୁଖ୍ୟ କିରାଣୀଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ବୈଲୋଚନ ଜେନା, ପ୍ରଭାକର ଜେନା, ଶଶଧର ବେହେରା ପ୍ରମୁଖ ସାମିଲ ହୋଇଥିଲେ। ଚାଷୀଙ୍କ ସମସ୍ୟା ବୁଝା ନଗଲେ ଆଗାମି ଦିନରେ ଚାଷୀ ଆନ୍ଦୋଳନ ଜୋରଦାର ହେବବୋଲି କୃଷକ ସଭା ଚେତାବନୀ ଦେଇଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories