www.samajalive.in
Thursday, December 11, 2025
13.1 C
Bhubaneswar

ଦେଶର ପ୍ରଗତି ନିମନ୍ତେ ବାଳିକା ଶିକ୍ଷା ଅତ୍ୟନ୍ତ ଅପରିହାର୍ଯ୍ୟ

ରେଙ୍ଗାଲିକେମ୍ପ୍: ବରଗଡ଼ ଜିଲା ଅତାବିରା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି।ଏହି ଅବସର ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ ଦାଶ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବରେ ପାହାଡ ଶ୍ରିଗିଡା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟୁତ୍ ପ୍ରଭା ମିଶ୍ର, ସିଆରସିସି କିଚକ ସୁନା ପ୍ରମୁଖ ମଞ୍ଚାସିନ ରହିଥିଲେ।ଦେଶର ପ୍ରଗତି ନିମନ୍ତେ ବାଳିକା ଶିକ୍ଷା ନିତାନ୍ତ ଆବଶ୍ୟକ।
ତେଣୁ ସେମାନଙ୍କ ମୌଳିକ ଅଧିକାର ପ୍ରତି ଗୁରୁତ୍ବ ଦେବା ପାଇଁ ଅତିଥିବୃନ୍ଦ ମତ ପ୍ରକାଶ କରିଥିଲେ।ଆନ୍ତ ର୍ଜାତୀୟ ଶିଶୁ କନ୍ୟା ଦିବସ ଉପଲକ୍ଷେ ଆୟୋଜିତ ବ୍ଲକସ୍ତରୀୟ ତର୍କ,ସଙ୍ଗୀତ ଓ ନୃତ୍ୟ ପ୍ରତି ଯୋଗୀତାରେ ବ୍ଲକର ସମସ୍ତ କ୍ଲଷ୍ଟରର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ତର୍କ ପ୍ରତିଯୋଗୀତାରେ କନିଷ୍ଠ ବିଭାଗରୁ ସରକାରୀ ଉନ୍ନୀତ ବିଦ୍ୟାଳୟ ସୋ ଢା ପାଲି ର ରିତେଶ୍ୱରି ଦୀପ ଓ ବରିଷ୍ଠ ବିଭାଗରୁ ପାହାଡ ଶ୍ରୀଗିଡା ହାଇସ୍କୁଲ ର ଜ୍ୟୋସ୍ନା ବିଶି ପ୍ରଥମ ସ୍ଥାନ ଅଧିକାର କରିଥିଲେ।ନୃତ୍ୟ ପ୍ରତି ଯୋଗୀତାରେ କନିଷ୍ଠ ବିଭାଗରୁ ଝିଲିମିଣ୍ଡା ହାଇ ସ୍କୁଲ ର ଲିଜା,ରଶ୍ମୀ ଏବଂ ଗ୍ରୁପ ଓ ବରିଷ୍ଠ ବିଭାଗରୁ ଉତ୍କଳିକା ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସଙ୍ଗୀତ ପ୍ରତିଯୋଗୀତା ରେ କନିଷ୍ଠ ବିଭାଗରୁ ସରକାରୀ ଉନ୍ନୀତ ବିଦ୍ୟାଳୟ ସୋଢାପାଲି ପରିପୁର୍ଣ୍ଣା ଖମାରୀ ଓ ବରିଷ୍ଠ ବିଭାଗରୁ ଅତାବିରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ମାନସୀ ମହାନନ୍ଦ ପ୍ରଥମ ସ୍ଥାନ ଅଧିକାର କରି ଜିଲା ସ୍ତର ପାଇଁ ମନୋନୀତ ହୋଇଛନ୍ତି।ବିଚାରକ ଭାବରେ ତର୍କ,ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ରେ ଅଳକା ଦାଶ ଓ ସାଥୀ ଯୋଗ ଦେଇଥିଲେ। ଶ୍ରେଷ୍ଠ ବିବେଚିତ ସମସ୍ତ କୃତୀ ପ୍ରତିଯୋଗୀ ଆସନ୍ତା ୨୩ ତାରିଖରେ ବରଗଡ଼ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ଉପଲକ୍ଷେ ହେବାକୁ ଥିବା ଜିଲା ସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିବେ।କାର୍ଯ୍ୟକ୍ରମ ପରି ଚାଳନାରେ ସରିତା ଭୁଏ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିଲେ।ଶିକ୍ଷୟିତ୍ରୀ ଅଂଶୁମାଲା ମିଶ୍ର ସଭାକାର୍ଯ୍ୟ ପରିଚାଳନା କରି ଥିବାବେଳେ ଶିକ୍ଷୟିତ୍ରୀ ଗୀତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories