www.samajalive.in
Monday, December 8, 2025
20.1 C
Bhubaneswar

ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାର, ମରାମତି ଦାବି 

ରାଇକିଆ: ରାଇକିଆ ବ୍ଲକ୍ ଅନ୍ତର୍ଗତ ମଣ୍ଡାକିଆ ପଞ୍ଚାୟତରେ ଥିବା ଯାତ୍ରୀ ବିଶ୍ରାମଗାର ପରିତ୍ୟକ୍ତ ଅବସ୍ତାରେ ରହିଛି। ଛକରେ ଦୀର୍ଘ ଦିନ ଧରି ଯାତ୍ରୀଙ୍କ କୈାଣସି କାର୍ଯ୍ୟରେ ଏହି ଗୃହ ଆସୁନାହିଁ। ନିର୍ମାଣର କିଛି ଦିନ ଯାତ୍ରୀ ସେଠାରେ ରହି ବସକୁ ଅପେକ୍ଷା କରୁଥିଲେ। ରକ୍ଷଣବେକ୍ଷଣ ଅଭାବ ଯୋଗୁଁ ଗୃହ ଏବେ ଆଉ ଯାତ୍ରୀଙ୍କ କୈାଣସି ବ୍ୟବହାର ଉପ ଯୋଗୀ ହେଉନାହିଁ।ଗାଈ, ଗୋରୁ,ବୁଲା କୁକୁରଙ୍କ ଆଶ୍ରୟ ସ୍ଥଳ ପାଲଟିଛି।ସେହି ସ୍ଥାନକୁ ଯିବାଆସିବା ରାସ୍ତା ସମ୍ପୁର୍ଣ୍ଣ ଲଟା, ବୁଦାରେ ପରିପୂର୍ଣ୍ଣ ହୋଇଛି।
ବିଭିନ୍ନ ସରୀସୃପର ଭୟ ମଧ୍ୟ ରହୁଛି। ଏହି ପରି ପରିତ୍ୟକ୍ତ ଅବସ୍ଥାରେ ଯାତ୍ରୀ ଛୁଆ ପିଲାଙ୍କୁ ଧରି  ସେଠାରେ ବସା ଉଠା କରିବାକୁ ସୁରକ୍ଷା ମଣୁ ନାହାନ୍ତି। ଛକରେ ବସ୍ ଅପେକ୍ଷାରେ ରହୁଛନ୍ତି। ବର୍ଷା ଦିନରେ ନିକଟରେ ଥିବା ଦୋକାନରେ ଯାତ୍ରୀ ମୁଣ୍ଡ ଗୁଞ୍ଜିବାକୁ ପଡୁଛି।ତୁରନ୍ତ ଏହାକୁ ସଫାସୁତୁରା ଓ ମରାମତି କରି ଯାତ୍ରୀଙ୍କ ବ୍ୟବହାର ଉପଯୋଗୀ ପାଇଁ ଗ୍ରାମବାସୀ ଦାବି  କରିଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories