www.samajalive.in
Sunday, December 7, 2025
26.1 C
Bhubaneswar

ପବିତ୍ର ମକର ସଂକ୍ରାନ୍ତି: ଶ୍ରୀମନ୍ଦିରରେ ମକରଚୌରାଶୀ ବେଶରେ ଦର୍ଶନ ଦେବେ​‌ ଶ୍ରୀଜିଉ

ପୁରୀ: ସୋମବାର ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀଜିଉ ମକର ଚୌରାଶି ବେଶରେ ଦର୍ଶନ ଦେବେ । ସେପଟେ ପୁରପଲ୍ଲୀରେ ଇଷ୍ଟ ଦେବାଦେବୀଙ୍କୁ ମକର ଚାଉଳ ଅର୍ପଣ କରି ଲୋକେ ପର୍ବ ପାଳୁଛନ୍ତି। ଇଷ୍ଟଦେବାଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକେ ମକର ଭୋଗ ଖାଇବେ । ନୁଆ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ । ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହିତ ମିଠା ଖାଇବା ସହ ଗୁଡି ଉଡାଇବାର ମଧ୍ୟ ପରମ୍ପରା ରହିଛି ।

ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ପୁଲିସ କଡା ଚେତାବନୀ ଦେଇଛି । ସେପଟେ କଟକ, ବାଲେଶ୍ବର, ମୟୁରଭଞ୍ଜ ଜିଲ୍ଲାରେ ମକର ମେଳା ଆରମ୍ଭ ହୋଇଛି। ଅନ୍ୟପଟେ ସୋମବାରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେବ । ଧିରେ ଧିରେ ଦିନ ବଢିବା ସହ ରାତି କମିବ । ଦକ୍ଷିଣ ଭାରତରେ ବି ପୋଙ୍ଗଲର ମାହୋଲ ଜମୁଛି । ପୋଙ୍ଗଲର ଶେଷ ଦିନ ଥିବାରୁ ତେଲୁଗୁ ସମ୍ପ୍ରଦାୟର ଭାଇଭଉଣୀ ମାନେ ଏହି ପର୍ବକୁ ଧୂମଧାମ ସହକାରେ ପାଳନ କରୁଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories