www.samajalive.in
Saturday, December 6, 2025
26.1 C
Bhubaneswar

କେନାଲରୁ ଆହତ ସମ୍ବର ଉଦ୍ଧାର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଟେମରା ସିର୍ଲିଗୁଡ଼ା ଗାଁ ନିକଟସ୍ଥ କେନାଲରୁ ଏକ ଆହତ ସମ୍ବର ଉଦ୍ଧାର କରାଯାଇଛି ।  ଶନିବାର ରାତିରୁ ସମ୍ବରଟି ମେଗା ଲିଫ୍ଟ କେନାଲରେ ପଡିରହିଥିଲା। ରବିବାର ସକାଳୁ ସିର୍ଲିଗୁଡା ଗାଁ ଲୋକ ସମ୍ବରଟିକୁ ଉଦ୍ଧାର କରିଛନ୍ତି। ପରେ ଗ୍ରମାବାସୀଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ପ୍ରକାଶ ମିଶ୍ର ଏବଂ ସୁଧାଂଶୁ ସାହୁ ପ୍ରମୁଖ ଘଟଣାସ୍ଥଳରୁ ସମ୍ବରଟିକୁ ନେଇ କୋକସରା ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।  ପ୍ରାଥମିକ ଚିକତ୍ସା ପରେ ସମ୍ବରଟିକୁ ବେହେରା ସେକ୍ସନ ଅଫିସରେ ରଖାଯାଇଛି। ତେବେ ସମ୍ବରଟି ନିକଟସ୍ଥ ସାହାଜଖୋଲ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି। ସମ୍ବରଟି ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବା ନେଇ ସୂଚନା ମିଳିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories