ଇରାନ ଯିବେ ଜୟଶଙ୍କର, ରାଜନୈତିକ ସହଯୋଗ ହେବ ମୁଖ୍ୟ ପ୍ରସଙ୍ଗ
ଡେସ୍କ: ବୈଦେଶିକ ମନ୍ତ୍ରୀ ଡଃ ସୁବ୍ରମଣ୍ୟମ ଜୟଶଙ୍କର ଆଜିଠାରୁ ୨ ଦିନିଆ ଇରାନ ଗସ୍ତରେ ଯିବେ। ସେ ସେଠାରେ ଇରାନର ବିଦେଶ ମନ୍ତ୍ରୀ ଡଃ ହୁସେନ ଆମିର ଅବଦୁଲ୍ଲାହିୟାଙ୍କ ସହ ଉଭୟ ଦେଶ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବିଶେଷ ଭାବେ ଉଭୟ ନେତା ଦ୍ୱିପକ୍ଷୀୟ, ଆଞ୍ଚଳିକ ଓ ବିଶ୍ଵସ୍ଥରୀୟ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରିବେ। ବିଦେଶ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଉଭୟ ଦେଶ ରାଜନୈତିକ ସହଯୋଗ ଓ ଯୋଗାଯୋଗ ବିଷୟ ଉପରେ ଆଲୋଚନା କରିବେ।
Comments are closed.