www.samajalive.in
Saturday, December 6, 2025
16.1 C
Bhubaneswar

ସେଲିମପୁରରେ ଝାଡ଼ାବାନ୍ତି: ୬ ଆକ୍ରାନ୍ତ

କଲକାତା : ଯାଦବପୁର ନିକଟସ୍ଥ ସେଲିମପୁରରେ ଆଜି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପରିବେଶ ସୃଷ୍ଟି ହୋଇଛି। ସକାଳୁ ଦୁଇଜଣ ଏହି ଝାଡ଼ାବାନ୍ତିରେ ଆକ୍ରାନ୍ତି ହୋଇଥିବାବେଳେ ଅପରାହ୍ନ ସୁଦ୍ଦା ଏହି ସଂଖ୍ୟା ୬କୁ ପହଞ୍ଚିଥିଲା। ଆକ୍ରାନ୍ତକାରୀଙ୍କୁ ନିକଟସ୍ଥ ହାସପାତାଳରେ ଭର୍ତ୍ତି କରାଯାଇଥିବାବେଳେ ପୌରସଭା ପକ୍ଷରୁ ଏହାର ଅନୁସନ୍ଧାନ ଆରମ୍ଭ ହୋଇଛି।
ପୌରସଭା ଇତି ମଧ୍ୟରେ ସେଲିମପୁର ଅଞ୍ଚଳର ପାନୀୟ ଜଳର ନମୁନା ସଂଗ୍ରହ କରି ପରୀକ୍ଷା ଆରମ୍ଭ କରିଛି। ଏପରିକି ପାଣି ଲାଇନ୍‍ରେ କୌଣସି ତ୍ରୁଟି ରହିଛି କି ନାହିଁ ତାହା ନେଇ ମଧ୍ୟ ପୌର କର୍ମଚାରୀମାନେ ଯାଞ୍ଚ ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ପରିବେଶ ସୃଷ୍ଟି ହେବାଦ୍ୱାରା ସେମାନେ ପୌରସଭା ପକ୍ଷରୁ ସରବରାହ ହେଉଥିବା ପାନୀୟ ଜଳକୁ ଗ୍ରହଣ ନ କରି ବାହାରୁ ପାଣି କିଣିବାକୁ ବାଧ୍ୟ ହେଉଥିବା ପରିଲକ୍ଷିତ ହୋଇଛି।
ଏହି ପ୍ରସଙ୍ଗରେ କଲକାତାର ନବନିର୍ବାଚିତ ମେୟର ଫିରହାଦ୍‍ ହାକିମ୍‍ କହିଛନ୍ତି ଯେ ଏହି ସଂକ୍ରମଣ ପାନୀୟ ଜଳରୁ ନା ଅନ୍ୟ କୌଣସି ଖାଦ୍ୟ ସାମଗ୍ରୀରୁ ହୋଇଛି ତାହା ନେଇ ବିଶେଷ ଦଳ ତଦନ୍ତ ଆରମ୍ଭ କରିଛି। ତେବେ ଯେଉଁ ଦୁଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ସେମାନେ ହେଲେ ଶାନ୍ତିଲତା ଦାସ ଓ ସୌରଭ ହାଲଦାର।
ଘଟଣା ପରିପ୍ରେକ୍ଷୀରେ ପୌରସଭାର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ସାଙ୍ଗରେ ନେଇ ୧୦ନଂ ବରୋ ଚେୟାରମ୍ୟାନ୍‍ ତପନ ଦାଶଗୁପ୍ତ ଆକ୍ରାନ୍ତ ଅଞ୍ଚଳର ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଆକ୍ରାନ୍ତ ସଂଖ୍ୟା କାହିଁକି ବଢ଼ୁଛି ତାହା ନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଥିବାବେଳେ ପାଣିରୁ ଏଭଳି ସଂକ୍ରମଣ ନୁହେଁ ବୋଲି ସେ ଦୃଢ଼ୋକ୍ତିର ସହ ଦାବି କରିଛନ୍ତି। ତେବେ ସମଗ୍ର ଅଞ୍ଚଳର ପାଣି ପାଇପ୍‍ ଲାଇନ୍‍କୁ ପରୀକ୍ଷା କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି।
ଜଣାପଡ଼ିଛି ଯେ ଗତକାଲି ରାତିରୁ ଜୀବନାନନ୍ଦ ସେତୁ ସଂଲଗ୍ନ ସେଲିମପୁର ଓ ଝିଲ୍‍ ରୋଡ଼ର କେତେକ ଘରର ଲୋକେ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇଥିଲେ। କେତେକଙ୍କ ପେଟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ତେବେ ଏହା କେଉଁ କାରଣରୁ ହୋଇଛି ତାହା ଏପର୍ଯ୍ୟନ୍ତ ଡାକ୍ତର ସଠିକ୍‍ ଭାବେ ସୂଚାଇ ପାରି ନାହାଁନ୍ତି। କିନ୍ତୁ ସମଗ୍ର ଅଞ୍ଚଳରେ ଏହି ଘଟଣା ଆତଙ୍କ ପରିବେଶ ସୃଷ୍ଟି କରିବା ସହ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାଦ୍ୱାରା ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ଦୁଶ୍ଚିନ୍ତାରେ ପଡ଼ିଛନ୍ତି। ତେବେ ପୌରସଭାର ପକ୍ଷରୁ ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସମସ୍ତ ସମସ୍ୟା ଯଥାଶୀଘ୍ର ଯେପରି ସମାଧାନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଆଶ୍ୱାସନା ଦିଆଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories