www.samajalive.in
Friday, December 5, 2025
20.1 C
Bhubaneswar

ଭାରତରେ ବିଶ୍ବର ପ୍ରଥମ ଟେଲିରୋବଟିକ୍ ହାର୍ଟ ସର୍ଜରୀ

ଅହମ୍ମଦାବାଦ : ରୋଗୀଠାରୁ ୩୨କିଲୋମିଟର ଦୂରରେ ରହି ଜଣେ ଡାକ୍ତର ସଫଳ ହୃଦ୍‌ଯନ୍ତ୍ର ଅ​‌େ​‌ସ୍ତ୍ରାପଚାର କରିପାରିଛନ୍ତି। ରୋବଟ ସହାୟତାରେ ବୁଧବାର ଦିନ ହୋଇଥିବା ଏହି ଅ​‌େ​‌ସ୍ତ୍ରାପଚାର ବିଶ୍ବର ପ୍ରଥମ ଘଟଣା। ଗୁଜରାଟର ଖ୍ୟାତନାମା ହୃଦ୍‌ରୋଗ ବିଶେଷଜ୍ଞ ଡା. ତେଜସ୍‌ ପଟେଲ ଏହି ସଫଳତା ହାସଲ କରିଛନ୍ତି। ଅ​‌େ​‌ସ୍ତ୍ରାପଚାର ସମୟରେ ସେ ଗାନ୍ଧୀନଗରଠାରେ ଥିବା ଅକ୍ଷରଧାମ ମନ୍ଦିରରେ ବସି ଏହାର ପରିଚାଳନା କରୁଥିଲେ। ରୋଗୀ ସେଠାରୁ ୩୨ କିଲୋମିଟର ଦୂରରେ ଅହମ୍ମଦାବାଦସ୍ଥିତ ଆପେକ୍ସ ହାର୍ଟ ଇନ୍‌ଷ୍ଟିଚ୍ୟୁଟରେ ରହିଥିଲେ। ଯେଉଁ ମହିଳାଙ୍କର ଅ​‌େ​‌ସ୍ତ୍ରାପଚାର କରାଯାଉଥିଲା, ସେ କିଛିଦିନ ପୂର୍ବରୁ ହୃଦ୍‌ଘାତର ଶିକାର ହୋଇଥିଲେ ଏବଂ ଏଭଳି ଏକ ଐତିହାସିକ ଅ​‌େ​‌ସ୍ତ୍ରାପଚାରରେ ସାମିଲ ହେବା ଲାଗି ସ୍ବେଚ୍ଛାରେ ସମ୍ମତି ଜଣାଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସହ ଅକ୍ଷରଧାମ ମନ୍ଦିରର ପୂଜକମାନେ ଉପସ୍ଥିତ ରହି କମ୍ପ୍ୟୁଟର ସ୍କ୍ରିନ୍‌ରେ ଏହି ଅ​‌େ​‌ସ୍ତ୍ରାପଚାର ଦେଖିଥିଲେ।
ଡା. ପଟେଲ ଏହି ଅ​‌େ​‌ସ୍ତ୍ରାପଚାରରେ ମହିଳାଙ୍କ ଧମନୀରୁ ରୋବଟ ସହାୟତାରେ ବ୍ଲକେଜ୍‌ ବାହାର କରି ସେଥିରେ ଷ୍ଟେଣ୍ଟ ଲଗାଇଥିଲେ। ରୋବଟକୁ ନିର୍ଦେଶ ଦେବା ପାଇଁ ସେ ୧୦୦ ଏମ୍‌ବିପିଏସ୍‌ର ଇଣ୍ଟରନେଟ୍‌ ଲାଇନ୍‌ ବ୍ୟବହାର କରିଥିଲେ ମଧ୍ୟ ୨୦ ଏମ୍‌ବିପିଏସ୍‌ର ଲାଇନ୍‌ ବ୍ୟବହାର କରାଯାଇପାରେ ବୋଲି କହନ୍ତି। ରୋବଟିକ୍‌ ଅ​‌େ​‌ସ୍ତ୍ରାପଚାର ବ୍ୟବସ୍ଥାରେ ତିନୋଟି ଜିନିଷ ରହିଥିଲା- କ୍ୟାଥ୍‌ ଲ୍ୟାବ୍‌- ରୋବଟିକ୍‌ ହାତ, କକ୍‌ପିଟ (ହୃଦ୍‌ରୋଗ ବିଶେଷଜ୍ଞ ଜୟଷ୍ଟିକ୍‌ ସହାୟତାରେ ଏଠାରୁ ଅ​‌େ​‌ସ୍ତ୍ରାପଚାର ପରିଚାଳନା କରୁଥିଲେ), ରିପ୍ଲେସେବ୍‌ଲ କ୍ୟାସେଟ୍‌ (ଏଥିରେ ଡାକ୍ତରୀ ଉପକରଣସବୁ ଥାଏ)। ଏହି ପ୍ରକ୍ରିୟା ଚିକିତ୍ସା ଜଗତକୁ ଏକ ନୂଆ ଦିଗ୍‌ଦର୍ଶନ ଦେବ। ଆରମ୍ଭରେ ଏହା ବ୍ୟୟବହୁଳ ହୋଇଥିଲେ ବି ସମୟକ୍ରମେ ସୁଲଭ ହୋଇଯିବ ଏବଂ ହଜାରହଜାର କିଲୋମିଟର ଦୂରରେ ବସିଥିବା ରୋଗୀଙ୍କଠାରେ ବିଶେଷଜ୍ଞ ଆବଶ୍ୟକ ଅ​‌େ​‌ସ୍ତ୍ରାପଚାର କରିପାରିବେ। ବିଶେଷକରି ହୃଦ୍‌ଘାତ ଏବଂ ଷ୍ଟ୍ରୋକ୍‌ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୯୦ ମିନିଟ୍‌ରୁ ୨୪ଘଣ୍ଟା ମଧ୍ୟରେ ଚିକିତ୍ସା ସୁବିଧା ଯୋଗାଇହେବ। ବିଶ୍ବର ଏଭଳି ପ୍ରଥମ ଅ​‌େ​‌ସ୍ତ୍ରାପଚାର ଲାଗି ସେ ଖୁବ୍‌ ମାନସିକ ଚାପ ମଧ୍ୟରେ ଥିବାରୁ ମନକୁ ଶାନ୍ତ ରଖିବା ଲାଗି ଅକ୍ଷରଧାମ ମନ୍ଦିରରେ ବସି ଏହା କରିବାକୁ ନିଷ୍ପତ୍ତି ନେଇଥିବା ଡା. ପଟେଲ କହନ୍ତି। ରୋବଟିକ୍‌ ବ୍ୟବସ୍ଥା ଆପେକ୍ସରେ ରହିଥିବା ବେଳେ ଡା. ପଟେଲ ଇଣ୍ଟରନେଟ୍‌ ଦ୍ବାରା ଏହାର ପରିଚାଳନା କରୁଥିଲେ। ଟେଲିରୋବଟିକ୍‌ ଅ​‌େ​‌ସ୍ତ୍ରାପଚାର କ୍ଷେତ୍ରରେ ଇଣ୍ଟରନେଟ୍‌ର ବେଗ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ରୋଗୀଙ୍କ ନିକଟରେ ଥିବା ଡାକ୍ତରମାନେ ତୁରନ୍ତ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ନିଜେ ସେହି ଅ​‌େ​‌ସ୍ତ୍ରାପଚାର କରିପାରିବେ। ଆମେରିକାର କୋରିଣ୍ଡସ୍‌ ଭାସ୍କୁଲାର ରୋବଟିକ୍ସ ବିଶ୍ବସ୍ତରରେ ଏହି ଟେକ୍ନୋଲୋଜି ବ୍ୟାପକ କରାଇବା ଲାଗି ପଦକ୍ଷେପ ଗ୍ରହଣ କରୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories