କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଅଭାବନୀୟ ଘଟଣା ଘଟିଛି। ଆମ୍ବତୋଟାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ଓଢଣୀରେ ଜଣେ ଯୁବକ ଏବଂ ଯୁବତୀ ଝୁଲିପଡିଥିବା ଦେଖିବାକୁ ମିଳିଛି। ମୃତକ ଝଡିପାଇ ଗାଁର ମହେନ୍ଦ୍ର ଝକକା ଏବଂ ଯୁବନ୍ତୀ ମୁସକା ବୋଲି ଜଣାପଡିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସଠିକ୍ ଭାବେ ଜଣାପଡିନାହିଁ । ବିବାହକୁ ନେଇ ପରିବାର ଲୋକ ଅରାଜି ହେବାରୁ ଉଭୟ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ସେପଟେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



