www.samajalive.in
Monday, December 8, 2025
24.1 C
Bhubaneswar

କର୍ପୋରେଟର ଗିରଫ ଘଟଣା: ବିଜେପି କର୍ମୀଙ୍କ ରାସ୍ତାରୋକ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ମହିଳା ଏଏସଆଇଙ୍କୁ ଆକ୍ରମଣ କରିବା ଘଟଣାରେ ବିଜେପି କର୍ପୋରେଟର ଗିରଫ ହୋଇଛନ୍ତି। କର୍ପୋରେଟର ଅପରୂପ ନାରାୟଣ ରାଉତ ଗିରଫ ହେବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଜିଲା ବିଜେପି କର୍ମୀ। ପ୍ରତିବାଦରେ ସତସଙ୍ଗ ବିହାର ଠାରେ ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ବିନା କାରଣରେ ପୁଲିସ କର୍ପୋରେଟରଙ୍କୁ ଗିରଫ କରି ନିର୍ଯାତନା ଦେଉଥିବା ବିଜେପି ଅଭିଯୋଗ କରିଛି। ବିଏମସି ୨୯ ନଂ ୱାର୍ଡର କର୍ପୋରେଟର ଜୀବନ ରାଉତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଞ୍ଚେଶ୍ୱର ଥାନା ଏଏସଆଇ ଅଞ୍ଜନା ବରାଳଙ୍କୁ ୨ଜଣ କର୍ପୋରେଟର ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories