www.samajalive.in
Tuesday, December 9, 2025
23.1 C
Bhubaneswar

ରାମଲାଲାଙ୍କୁ ସମର୍ପିତ ହେବ ଓଡ଼ିଶା ନିର୍ମିତ ମୟୂର କଣ୍ଠିଆ ଧନୁଶର

ଖଣ୍ଡଗିରି : ଆସନ୍ତା ୨୨ରେ ଅଯୋଧ୍ୟା ରାମ ମନ୍ଦିର ଓ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମଲାଲାଙ୍କୁ ସମର୍ପଣ ପାଇଁ ରାଜଧାନୀ ଭୁବନେଶ୍ବରରୁ ଏକ ମୟୂର କଣ୍ଠିଆ ଧନୁଶର ପଠାଯାଉଛି। ଖଣ୍ଡଗିରି ଥାନା ଜାଗମରା ତୁଳସୀ ବିହାରରେ ରହୁଥିବା ଐତିହ୍ୟ ଗବେଷକ ଓ ସଂଗ୍ରାହକ ସୁଦର୍ଶନ ସାହୁ ଏହି ଉତ୍କଳୀୟ କଳା ଚାତୁରିରେ ଭରା ଏକ ମୟୂର କଣ୍ଠିଆ ପିତ୍ତଳ ଧନୁଶର ସମର୍ପଣ କରିବାକୁ ଯାଉଛନ୍ତି। ଏହି ଧନୁଶରଟି ୨୫ ଇଞ୍ଚର ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ଶ୍ରୀ ସାହୁଙ୍କୁ ପ୍ରାୟ ୩ମାସ ସମୟ ଲାଗିଥିଲା। ଉକ୍ତ ଧନୁଶରଟି ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରେରଣ ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଶ୍ରୀ ଚମ୍ପତିରାୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଏଥିପାଇଁ ଗୁରୁବାର ଶ୍ରୀ ସାହୁ ଓ ତାଙ୍କ ପରିବାର ପୁରୀ ପାପୁଡ଼ିଆ ମଠାଧୀଶ ରାମକୃଷ୍ଣ ଦାସ ମହାରାଜ ଓ କଟକୀ ମଠାଧୀଶ ଡ. ବିଜୟ ରାମାନୁଜ ମହାରାଜାଙ୍କୁ ଭେଟି ତାଙ୍କ ହସ୍ତରେ ଏହି ପିତ୍ତଳ ନିର୍ମିତ ଧନୁଶର ଅର୍ପଣ କରିଛନ୍ତି।
ଗବେଷକ ଶ୍ରୀ ସାହୁଙ୍କ କହିବା ଅନୁସାରେ ଉକ୍ତ ଧନୁଟି ଉଭୟ ଉପର ଓ ତଳ ଭାଗ ମୟୂର କଣ୍ଠ ଆକୃତିର ହୋଇଛି। ଧନୁର ଗୁଣଟି ତମ୍ବା ତାର ଦ୍ବାରା ଯୋଡ଼ା ଯାଇଛି ଯାହା ତେନ୍ତୁଳିଆ ବିଛା ପରି ଦେଖାଯାଉଛି। ଶରଟି ବଗପକ୍ଷୀ ଆକୃତିର ଦେଖାଯାଉଛି। ଧନୁର ଉଭୟ ପାର୍ଶ୍ବ ତିଖ ଭାଗ ଓଲଟି ଶୁଆ ସଦୃଶ ହୋଇଛି। ଏହା ୨୫ ଇଞ୍ଚ ଲମ୍ବା ଓ ୨କିଲୋ ଓଜନ ଓ ଗର୍ଭ ଭାଗ ୮ ଇଞ୍ଚ୍ ହୋଇଛି। ଧନୁର ଉଭୟ ମୁଣ୍ଡରେ ଘାଗୁଡ଼ି ଲଗାଯାଇଛି। ଯାହା ବାଳୁତ ରାମଚନ୍ଦ୍ରଙ୍କୁ ଆମୋଦିତ କରିବା ଶ୍ରୀ ସାହୁଙ୍କ ବାପା ରାମଲୀଳା ନାଟ୍ୟ ସଂସ୍ଥାରେ ରାମ ଓ ହନୁମାନ ଭୂମିକାରେ ନିଖୁଣ ଅଭିନୟ କରୁଥିବାରୁ ତାଙ୍କ ସ୍ମୃତିରେ ଏହି ଧନୁଶର ରାମଲାଲାଙ୍କୁ ସମର୍ପଣ କରୁଥିବା ସେ କହିଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories