www.samajalive.in
Sunday, December 14, 2025
14.1 C
Bhubaneswar

ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି, ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ

ଭୁବନେଶ୍ବର: ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ସଦସ୍ୟ ସ୍ଥାନୀତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି।

ଆସନ୍ତା ୨୦୨୪ ଲୋକସଭା ଓ ବିଧାନ ସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି ଏଆଇସିସି ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଉକ୍ତ କମିଟିକୁ ଅନୁମୋଦନ କରିଛନ୍ତି ବୋଲି ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) ଭେଣୁ ଗୋପାଳ ଏକ ତାଲିକା ଘୋଷଣା କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ନିର୍ବାଚନ କମିଟିର ଅଧ୍ୟକ୍ଷ ରହିଥିବାବେଳେ ୧୮ ଜଣ ସଦସ୍ୟ ଭାବେ ଉକ୍ତ କମିଟିର ସ୍ଥାନ ପାଇଛନ୍ତି ।

- Advertisement -

ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ. ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ୱାଳ, ଅଜୟନ୍ତୀ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ମାନସ ଚୌଧିରୀ, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତିଙ୍କ ସମେତ ଏକ୍‌ସ ଅଫିସିଓ ସଦସ୍ୟ ହିସାବରେ ଯୁବ, ଛାତ୍ର, ମହିଳା ଓ ସେବାଦଳର ରାଜ୍ୟ ସଭାପତି ବା ଅଧ୍ୟକ୍ଷ ରହିଛନ୍ତି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମ ସଂଯୋଜକ ଦିପକ କୁମାର ମହାପାତ୍ର ଜଣାଇଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories