www.samajalive.in
Wednesday, December 10, 2025
18.1 C
Bhubaneswar

ବେଆଇନ୍ ପ୍ରକଳ୍ପକୁ ନେଇ ୫-ଟି ଅଧ୍ୟକ୍ଷଙ୍କୁ ଫେରାଦ୍

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଠେଲକୋଲାଇ ଠାରେ ପ୍ରତିଷ୍ଠିତ ଜେଏସଡବ୍ଲ୍ୟୁ ଭୁଷଣ ପାଓାର୍ ଆଣ୍ଡ୍ ଷ୍ଟିଲର ଭୟଙ୍କର ପ୍ରଦୂଷଣ ଏବଂ ଧୁବେନଛାପଲ ପାଉଲେପଡା ଗ୍ରାମବାସୀ ଙ୍କୁ ଥଇଥାନ ନକରି ବେଆଇନ୍ ଭାବରେ ପ୍ରକଳ୍ପ କାମ କରୁଥିବା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଆଜି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଦାବୀପତ୍ର ପ୍ରଦାନ କରିଛନ୍ତି।
ଗ୍ରାବାସୀ ଙ୍କ ଅଭିଯୋଗ ରୁ ପ୍ରକାଶ ଯେ ଜେଏସ୍ଡବ୍ଳୁ-ଭୁଷଣ ପାଓାର୍ ଏଣ୍ଡ୍ ଷ୍ଟିଲ୍ କାରଖାନା ଯୋଗୁଁ ଆଦିବାସୀ/ହରିଜନ ଅଧ୍ୟୁଷିିତ ଧୁବେନଛାପଲ,ପାଉଲେପଡା,ଧୁରୁଆପଡା,ହରିଜନପଡା ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇ ସମସ୍ତ ପ୍ରକାର ପ୍ରଦୂଷଣ ର ଶିକାର ହେଉଛନ୍ତି। ଉପରୋକ୍ତ ଜନବସତି କାରଖାନାର ଉତ୍ତର ପାର୍ଶ୍ବ ପାଚେରି ସଂଲଗ୍ନ ହୋଇଥିବା ଯୋଗୁଁ  ପରିବେଶ ପ୍ରଦୁଷଣରେ ଜନସାଧାରଣ ଅତିଷ୍ଟ ହୋଇ ପଡୁଥିବାର ଅଭିଯୋଗ ହୋଇଛି। କମ୍ପାନୀ ଦ୍ୱିତିୟ ପର୍ଯ୍ୟାୟରେ ଧୁବେନଛାପଲ ଏବଂ ଲପଙ୍ଗା ମୌଜାର ୭ଶହ ଏକର ଜମି ଅଧିଗ୍ରହଣ କରି ନେଇଛି। ଫଳରେ ଧୁବେନଛାପଲ, ପାଉଲେପଡା, ଧୁରୁଆପଡା, ହରିଜନପଡା ଗ୍ରାମବାସୀ ଚାରିପଟେ କମ୍ପାନୀ ର ପ୍ରକଳ୍ପ ଘେର ଭିତରେ ବନ୍ଦୀ ହେଲାଭଲି ରହିଯାଇଛନ୍ତି। ଏଣୁ ଉପରୋପକ୍ତ ଗ୍ରାମର ଅଧିବାସୀ ସରକାରଙ୍କ ଅର୍.ଏଫ୍,ସି.ଟି.ଏଲ୍.ଏ ଆର୍.ଓ.ଆର୍ ନିୟମ ଅନୁଯାୟୀ ଉପରୋକ୍ତ ଜନବସତି କ ଅଧିଗ୍ରହଣ କରାଯାଇ ଉପଯୁକ୍ତ ସ୍ଥାନ ରେ ଥଇଥାନ ପାଇଁ ୨୦୧୨ ମସିହାରୁ ଦାବୀ କର ଆସୁଛନ୍ତି।

ସମ୍ବଲପୁର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସମ୍ବଲପୁର ର ପରିବେଶ ବୈଜ୍ଞାନିକ ଦଳ ଧୁବେନଛାପଲ,ପାଉଲେପଡା,ଧୁରୁଆପଡା,ହରିଜନପଡା ଆଦି ଜନବସତି ପରିଦର୍ଶନ କରି ସେମାନଙ୍କ ରିପୋର୍ଟ ରେ ଭୟାବହ ପ୍ରଦୂଷଣ ହେଉଥିବା ସଂକ୍ରାନ୍ତ ରେ ଉଲ୍ଲେଖ କରି ଏଠାରେ ଜନବସତି ସମ୍ଭବ ନୁହେଁ ବୋଲି ରିପୋର୍ଟ ରେ ଉଲ୍ଲେଖ କରିଛନ୍ତି। ଆର୍.ପ.ଡି.ଏସି ବୈଠକ ରେ ମଧ୍ୟ ଉପରୋକ୍ତ ଜନବସତିର ତୁରନ୍ତ ବିସ୍ଥାପନ ପାଇଁ ପ୍ରସ୍ଥାବ ଗୃହୀତ ହୋଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନଥିବା ବେଳେ କମ୍ପାନୀ ଆରପିଡିଏସି ବୈଠକରେ ଗୃହୀତ ପ୍ରସ୍ତାବ କୁ ଅଣଦେଖା କରି ଆମ ବସ୍ତି କୁ ଅଧିଗ୍ରହଣ ପୂର୍ବରୁ ବେଆଇନ୍ ଭାବରେ ୨ୟ ପର୍ଯ୍ୟାୟ ରେ ଅଧିଗ୍ରହଣ କରିଥିବା ଜମିରେ ଆମ ବସ୍ତି ର ଅତି ପାଖରେ କୋଇଲା,ଆଇରନ୍,ଲୁହାପଥର, ଆଦି ନାନା ପ୍ରକାର ପରିବେଶ କ୍ଷତିକାରକ ବର୍ଜ୍ୟବସ୍ତୁ ଗଦା କରି ରଖୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

- Advertisement -

ଖାଲି ସେତିକି ନୁହେଁ ଜନବସତି କୁ ସଂଲଗ୍ନ ଥିବା ବାଉଣ୍ଡ୍୍ରି ପାଖ ରେ ପହାଡ ଭଲି ଶହଶହ ମିଟର ଉଚ୍ଚ ଜଳନ୍ତ କୋଇଲା, ଫ୍ଲାଇ ଆସ୍, ସ୍ଲାଗ୍ ଆଦି ବର୍ଜ୍ୟ ଡମ୍ପିଂ କରି ରଖାଯାଉଛି। ଫଳ ରେ ବସ୍ତି ବାସିନ୍ଦା ଧୁଳି,କୋଇଲା ଗୁଣ୍ଡ ଜନିତ ପ୍ରଦୁଷଣ ରେ ଅଣନିଃଶ୍ୱାସୀ ହୋଇ ନାନା ପ୍ରକାର ଦୁରାରୋଗ ରେ ଆକ୍ରାନ୍ତ ହୋଇ ଅନେକେ ଅକାଳ ରେ ମୃତବରଣ କରୁଛନ୍ତି ପ୍ରଦୂଷଣ ଯୋଗୁଁ କ୍ୟାନସର୍ ଏବଂ ଶ୍ୱାସ ଜନିତ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାୟୁ ଶୁଦ୍ଧତା ର ମାନ ହ୍ରାସ ପାଇବା ସହିତ ଜଳ,ବାୟୁ, ମୃତ୍ତିକା ପ୍ରଦୁଷିତ ହୋଇ ଜୀବଜଗତ ଉପରେ ଭୟଙ୍କର ପ୍ରତିକୂଳ ପ୍ରଭାବ ପଡୁଛି। ପ୍ରଦୂଷଣ ଯୋଗୁଁ ଗାଈ ଗୋରୁ ଆଦି ପ୍ରାଣୀ ସମ୍ପଦ ନାନାଦି ରୋଗ ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି।

ଏଭଳି ଭୟାବହ ପ୍ରଦୁଷଣ ର ବିଷବଳୟ ରେ ବସତି ସ୍ଥାପନ କରି ରହିବା ଦୁର୍ବିସହ ଅଟେ। ଏଣୁ ସରକାରଙ୍କ ୨୦୧୩ ଅଧିଗ୍ରହଣ ଆଇନ୍ ଅନୁସାରେ ଆମ ବସ୍ତି କୁ ଅଧିଗ୍ରହଣ କରାଯାଇ ଅନ୍ୟତ୍ର ଥଇଥାନ କରାଯାଓ ବୋଲି ଗ୍ରାମବବାସୀ ଦାବୀ କରିବା ସହିତ ଥଇଥାନ ନକରିବା ପର୍ଯ୍ୟନ୍ତ ଜେଏସଡବ୍ଲ୍ୟୁ ଭୁଷଣ ପାଓାର୍ ଆଣ୍ଡ୍ ଷ୍ଟିଲ୍ ୨ୟ ପର୍ଯ୍ୟାୟ ରେ କୌଣସି ପ୍ରକାର ପ୍ରକଳ୍ପ ନକରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଗ୍ରାମବାସୀ ଦାବୀପତ୍ର ମାଧ୍ୟମ ରେ ଫେରାଦ୍ ହୋଇଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories