www.samajalive.in
Wednesday, December 10, 2025
16.1 C
Bhubaneswar

ଖୁଣ୍ଟିଗୋରା ସରପଞ୍ଚ ପଦବୀ ଅଯୋଗ୍ୟ ଘୋଷଣା ମାମଲା: ରହିତାଦେଶ ଜାରି କଲା ଜିଲା ଅଦାଲତ

ଘଣ୍ଟାପଡ଼ା : କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ପଦବୀ ଅଯୋଗ୍ୟ ଘୋଷଣା ମାମଲାରେ ଗୁରୁବାର ସନ୍ଧ୍ୟା ୫ଟା ସମୟରେ ମାନ୍ୟବର ଜିଲ୍ଲା ଅଦାଲତ ରହିତାଦେଶ ଜାରି କରିଛନ୍ତି। ସୂଚନା ପ୍ରକାରେ ଖୁଣ୍ଟିଗୋରା ପଞ୍ଚାୟତର ସରପଞ୍ଚ ସୁନୀତା ମାଝୀଙ୍କ ଦୁଇରୁ ଅଧିକ ସନ୍ତାନ ଥିବା ନେଇ ହୋଇଥିବା ନିର୍ବାଚନୀ ମାମଲାରେ କଣ୍ଟାମାଳ ସିଭିଲ ଜଜ୍ ଜୁନିଅର ଡିଭିଜନ ତଥା ଇଲେକ୍ସନ ଟ୍ରିବ୍ୟୁନାଲ ଅଯୋଗ୍ୟ ଘୋଷଣା କରିଥିଲେ। ଜିଲ୍ଲା ଦୌରା ଜଜ ବିକ୍ରମ କୁମାର ପ୍ରଧାନ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି।
୨୦୨୨ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ପ୍ରଭାସିନନୀ ଖଟୁଆଙ୍କୁ ହରାଇ ସୁନୀତା ମାଝୀ ବିଜୟ ଲାଭ କରି ସରପଞ୍ଚ ପଦବୀରେ ଆସିନ ହୋଇଥିଲେ। ନିର୍ବାଚନ ପରେ ପରାଜିତ ପ୍ରାର୍ଥି ପ୍ରଭାସିନୀ ଖଟୁଆ ଅଦାଲତର ଦ୍ୱାରସ୍ଥ ହୋଇ ତିନୋଟି ସନ୍ତାନର ଜନନୀ ହୋଇଥିବାରୁ ସୁନୀତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ନିବେଦନ କରିଥିଲେ। ତଳ ଅଦାଲତର ରାୟ ବିରୁଦ୍ଧରେ ସୁନୀତା ମାଝୀ ଜିଲ୍ଲା ଅଦାଲତର ଦ୍ବାରସ୍ଥ ହୋଇଥିଲେ। ସୁନୀତା ମାଝୀଙ୍କ ତରଫରୁ ବରିଷ୍ଠ ଓକିଲ ଅଜିତ କୁମାର ଦାସ ମାମଲା ପରିଚାଳନା କରିଥିଲେ।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories