www.samajalive.in
Wednesday, December 10, 2025
16.1 C
Bhubaneswar

ଦ୍ୱିତୀୟ ରାଜ୍ୟସ୍ତରୀୟ ସୁପର ସବ ଜୁନିଅର ପ୍ରତିଯୋଗିତା: କନ୍ଧମାଳକୁ ମିଳିଲା ସ୍ବର୍ଣ୍ଣ ପଦକ

ଫୁଲବାଣୀ: ଓଡିଶା ଟାଏକୋଣ୍ଡୋ ସଙ୍ଘ ଓ ପୁରୀ ଟାଏକୋଣ୍ଡୋ ସଙ୍ଘ ମିଳିତ ସହଯୋଗରେ ଦ୍ୱିତୀୟ ତମ ଓଡିଶା ସୁପର ସବ-ଜୁନିଅର କିରୋଗୀ ଓ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ରାଣୀସତୀ ଭବନ ଠାରେ ଅନୁଷ୍ଠିତ ହୋଇଅଛି। ଏହି ପ୍ରତିଯୋଗିତାରେ ଓଡିଶାରୁ ବିଭିନ୍ନ ଜିଲାରୁ ୨୦୦ରୁ ଉର୍ଦ୍ଧ୍ବ ବାଳକ ଓ ବାଳିକା ଅଂଶଗ୍ରହଣ କରିଛନ୍ତି।
ସେଥିମଧ୍ୟରୁ ଆମ କନ୍ଧମାଳ ଜିଲାରୁ ୬ ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।

ସେଥିମଧ୍ୟରୁ ଗୋଟିଏ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୩ କାଂସ୍ୟ ପଦକ ମିଳିଛି। ଜିଲା ସଂଘର ସଭାପତି ପ୍ରତାପ କୁମାର ମୁଖୀ, ଜିଲାର ସିନିଅର କୋଚ ରମାକାନ୍ତ ବେହେରା, ପ୍ରିତମ ପ୍ରଧାନ ଓ ମଦନ ଦଳବେହେରା, ଓଡିଶା ଟାଇକୋଣ୍ଡ ସଙ୍ଘର ସମ୍ପାଦକ, କନ୍ଧମାଳ ଜିଲା ଟାଇକୋଣ୍ଡ ସଂଘର ସମ୍ପାଦକ ପ୍ରଭାତ କୁମାର ସାହୁ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories