www.samajalive.in
Tuesday, December 9, 2025
15.1 C
Bhubaneswar

ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ବେନିୟମ କାର୍ଯ୍ୟର ପ୍ରତିବାଦ, ଧାରଣା ଦେଲେ ଶିକ୍ଷକ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ବେନିୟମ ଭାବରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ପ୍ରତିବାଦରେ ଗୁରୁବାର ଜଣେ ଶିକ୍ଷକ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛି। ରାଜେଶ କୁମାର ନାୟକ ନାମକ ଏହି ଶିକ୍ଷକ ଜଣକ ଫିରିଙ୍ଗିଆ ବ୍ଲକ ଗେରୁପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ବର୍ତ୍ତମାନ ସେ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ସିଆରସିସି ଭାବରେ କାର୍ଯ୍ୟରତ ଅଛନ୍ତି ।
ଶିକ୍ଷକ ଶ୍ରୀ ନାୟକଙ୍କ ଅଭିଯୋଗ ଅନୁସାରେ କୌଣସି ଅଭିଯୋଗ ନଥାଇ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ନିର୍ଦେଶ ଦେଇଥିଲେ। ଏଥିପାଇଁ କୌଣସି ଉପରିସ୍ଥ ଅଧିକାରୀଙ୍କ ଅନୁମତି ମଧ୍ୟ ନିଆଯାଇନଥିଲା। ଯାହାକି ଶିକ୍ଷକ ଜଣକ ଆବେଦନ କରିଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦସ୍ତବିଜରେ ମଧ୍ୟ୍ୟ ଉଲ୍ଲେଖ ରହିଛି।
ଏହି ଘଟଣାକୁ ନେଇ ଶିକ୍ଷକ ଜଣକ ୫-ଟି ସଚିବ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେମାନେ ତଦନ୍ତ କରି ରିପୋର୍ଟ ଦେବାପାଇଁ ବିଇଓଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ୍ୟ ସେ ଏହି ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏହି କାରଣରୁ ତାଙ୍କର ପଦୋନ୍ନତି ମଧ୍ୟ୍ୟ ଅଟକି ରହିଥିବା ସେ ପ୍ରକାଶ କରିଛନ୍ତି। ବାରମ୍ବାର ବର୍ତମାନର ବିଇଓଙ୍କୁ ନିବେଦନ କରିଆସୁଥିଲେ ମଧ୍ୟ୍ୟ ନ୍ୟାୟ ମିଳୁନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଜଣକ। ତେବେ ତାଙ୍କୁ ବିଇଓ କାର୍ଯ୍ୟାଳୟ ତରଫରୁ ବେନିୟମ ଭାବରେ ଜାଣି ଶୁଣି ଆକ୍ରୋଶ ମୂଳକ ମନୋଭାବ ରଖି ଅନ୍ୟାୟ ଭାବରେ କାର୍ଯ୍ୟାନୁଷ୍ଠାନ ର ପ୍ରତିବାଦ କରି ଗୁରୁବାର ସକାଳୁ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଜଣକ ଧାରଣାରେ ବସିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories