www.samajalive.in
Saturday, December 6, 2025
26.1 C
Bhubaneswar

ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ବେନିୟମ କାର୍ଯ୍ୟର ପ୍ରତିବାଦ, ଧାରଣା ଦେଲେ ଶିକ୍ଷକ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ବେନିୟମ ଭାବରେ କାର୍ଯ୍ୟନୁଷ୍ଠାନ ନିଆଯାଇଥିବା ପ୍ରତିବାଦରେ ଗୁରୁବାର ଜଣେ ଶିକ୍ଷକ ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛି। ରାଜେଶ କୁମାର ନାୟକ ନାମକ ଏହି ଶିକ୍ଷକ ଜଣକ ଫିରିଙ୍ଗିଆ ବ୍ଲକ ଗେରୁପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ବର୍ତ୍ତମାନ ସେ ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ସିଆରସିସି ଭାବରେ କାର୍ଯ୍ୟରତ ଅଛନ୍ତି ।
ଶିକ୍ଷକ ଶ୍ରୀ ନାୟକଙ୍କ ଅଭିଯୋଗ ଅନୁସାରେ କୌଣସି ଅଭିଯୋଗ ନଥାଇ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ ନିର୍ଦେଶ ଦେଇଥିଲେ। ଏଥିପାଇଁ କୌଣସି ଉପରିସ୍ଥ ଅଧିକାରୀଙ୍କ ଅନୁମତି ମଧ୍ୟ ନିଆଯାଇନଥିଲା। ଯାହାକି ଶିକ୍ଷକ ଜଣକ ଆବେଦନ କରିଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଦସ୍ତବିଜରେ ମଧ୍ୟ୍ୟ ଉଲ୍ଲେଖ ରହିଛି।
ଏହି ଘଟଣାକୁ ନେଇ ଶିକ୍ଷକ ଜଣକ ୫-ଟି ସଚିବ ଏବଂ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ ସେମାନେ ତଦନ୍ତ କରି ରିପୋର୍ଟ ଦେବାପାଇଁ ବିଇଓଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ୍ୟ ସେ ଏହି ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି। ଏହି କାରଣରୁ ତାଙ୍କର ପଦୋନ୍ନତି ମଧ୍ୟ୍ୟ ଅଟକି ରହିଥିବା ସେ ପ୍ରକାଶ କରିଛନ୍ତି। ବାରମ୍ବାର ବର୍ତମାନର ବିଇଓଙ୍କୁ ନିବେଦନ କରିଆସୁଥିଲେ ମଧ୍ୟ୍ୟ ନ୍ୟାୟ ମିଳୁନଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଜଣକ। ତେବେ ତାଙ୍କୁ ବିଇଓ କାର୍ଯ୍ୟାଳୟ ତରଫରୁ ବେନିୟମ ଭାବରେ ଜାଣି ଶୁଣି ଆକ୍ରୋଶ ମୂଳକ ମନୋଭାବ ରଖି ଅନ୍ୟାୟ ଭାବରେ କାର୍ଯ୍ୟାନୁଷ୍ଠାନ ର ପ୍ରତିବାଦ କରି ଗୁରୁବାର ସକାଳୁ ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ଜଣକ ଧାରଣାରେ ବସିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories