www.samajalive.in
Tuesday, December 9, 2025
16.1 C
Bhubaneswar

ବିବେକାନନ୍ଦ ଜୟନ୍ତୀ ପାଳିତ

ଧାମରା: ଧାମରା ନିକଟସ୍ଥ କଇଥଖୋଲା ଠାରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବିଦ୍ୟାଳୟର ପ୍ରତିଷ୍ଠାତା ସାଧନ କୁମାର ଦାସଙ୍କ ତତ୍ୱାବଧାନରେ ଏକ ପ୍ରଭାତ ପରିକ୍ରମା ହୋଇଥିଲା। ଶିକ୍ଷାକେନ୍ଦ୍ରରେ ଅଧ୍ୟୟନରତ କୁନୀ କୁନୀ ଛାତ୍ରଛାତ୍ରୀ ମାନେ ବିବେକାନନ୍ଦ ଏବଂ ଭାରତମାତା ରୂପରେ ସଜାଇ ହୋଇ କଇଥଖୋଲା ଅଂଚଳ ପରିକ୍ରମା କରିବା ସହ କିପରି ସ୍ୱାମୀ ବିବେକାନନ୍ଦ ବିଶ୍ୱରେ ଭାରତୀୟ ସଂସ୍କୃତିକୁ ସ୍ଥାପିତ କରିବା ସହ ସେ ଆଜି ଭଳି ଦିନରେ ଏକ ଯୁଗ ପ୍ରବର୍ତକ ଏବଂ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଯୁବ ସମାଜ ପ୍ରତି ପ୍ରେରଣାର ଉତ୍ସ ବନି ଥିଲେ ସେ ବିଷୟରେ ମତ ପ୍ରକାଶ ପାଇଥିଲା। ପ୍ରଭାତ ପରିକ୍ରମା ସହ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ସହ ସ୍ୱଚ୍ଛ ଭାରତ ଗଠନ କରିବାକୁ ଅଂଚଳବାସିଙ୍କୁ ପ୍ଲାକାର୍ଡ ମାଧ୍ୟମରେ ବାର୍ତା ପ୍ରେରଣ କରିଥିଲେ। ଆଜିର ଏହି ଜୟନ୍ତୀ ସମାରୋହରେ ଶାଧନ କୁମାର ଦାସଙ୍କ ସହ ବିଦ୍ୟାଳୟର ଗୁରୁଜୀ ଉମେଶ ଚନ୍ଦ୍ର ସେଠୀ, ରଶ୍ମିତା ବେହେରା, ସଞୁଲତା ମାହୁନ୍ତ, ଜୟଶ୍ରୀ ଜେନା, ମିଲି ମଣ୍ଡଳ, ତନ୍ମୟ ଭୋଳ, ଅନିତା ଦାସ, ସଞୁଲତା ଦାସ, ପ୍ରିୟଦର୍ଶନୀ ପଣ୍ଡିତ, ପ୍ରିୟଙ୍କା ମହାଳିକ, ମାନସୀ ମଣ୍ଡଳ, ନନ୍ଦିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜୟନ୍ତି ସମାରୋହରେ ଅଂଶ ଗ୍ରହଣ କରିବା ସହ ସଂଚାଳନା କରିବାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories