www.samajalive.in
Tuesday, December 9, 2025
17.1 C
Bhubaneswar

ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୩ କିମି ବୁହାହେଲେ ପ୍ରସୂତୀ

କଲ୍ୟାଣସିଂହପୁର: ଦୁର୍ଗମ ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲାନାହିଁ। ଫଳରେ ବାଟରେ ପ୍ରସବ କଲେ ମହିଳା। ୩ ଆମ୍ବୁଲାନ୍ସ କର୍ମଚାରୀ ଦୀର୍ଘ ତିନି କିଲୋମିଟର ପ୍ରସୂତୀଙ୍କୁ ବୋହି ବୋହି ଆମ୍ବୁଲାନ୍ସକୁ ଆଣିଥିଲେ।

ସୂଚନା ଅନୁଯାୟୀ, କଲ୍ୟାଣସିଂହପୁରୁ ବ୍ଲକ ପାର୍ସାଲି ପଞ୍ଚାୟତର ଦୁର୍ଗମ ନିୟମଗିରି ପାହାଡରେ ଥିବା ଫାକେରି ଗ୍ରାମର ମିଶ୍ର ଶିକକାଙ୍କ ପତ୍ନୀ ହୁଣ୍ଡାଇ ସିକକାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନରେ ଯୋଗାଯୋଗ କରିଥିଲେ। ଉକ୍ତ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରି ନଥିଲା। ହୁଣ୍ଡାଇ ଶିକକା ଗର୍ଭ ଯନ୍ତ୍ରଣା ସହ୍ୟ କରିପାରୁ ନ ଥିବାରୁ ପରିବାର ଓ ଗ୍ରାମବାସୀ ମିଳିତ ଭାବେ ଗ୍ରାମଠାରୁ ଅଧ କିମି ଦୂର ବାଟ ଆସିବା ପରେ ପ୍ରସବ କରିଥିଲେ। ଏହା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସ କର୍ମଚାରୀମାନେ ଚାଲିଚାଲି ଯାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ମହିଳା ଜଣକ ଏକ ଶିଶୁକନ୍ୟାକୁ ଜନ୍ମ ଦେଇ ସାରିଥିଲେ। ପ୍ରସବ ସ୍ଥଳରୁ ପ୍ରାୟ ୩କିମି ସ୍ୱାମୀ ମିଶ୍ର ଶିକକା ଓ ୩ ଆମ୍ବୁଲାନ୍ସ କର୍ମଚାରୀ ବୋହି ବୋହି ଆମ୍ବୁଲାନ୍ସକୁ ନେଇଥିଲେ। ଏହାପରେ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ମାଆ ସୁସ୍ଥ ଥିବା ବେଳେ ନବଜାତ ଶିଶୁ କନ୍ୟାର ଓଜନ କମ୍ ଓ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଜିଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଡାକ୍ତର ସତ୍ୟ ଦାସ ଓ ପ୍ରମୋଦ ମିଶ୍ର କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories