www.samajalive.in
Monday, December 8, 2025
27.1 C
Bhubaneswar

ପାଣି ସମସ୍ୟାକୁ ନେଇଁ ପଞ୍ଚାୟତ ସମ୍ମୁଖରେ ଗ୍ରାମବାସୀଙ୍କ ରାସ୍ତାରୋକ

ଲାଞ୍ଜିଗଡ: ବିଶୁଦ୍ଧ ପାନୀୟଜଳ ପହଞ୍ଚାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି ସତ, ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳଗୁଡିକରେ ଏବେ ମଧ୍ୟ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ। ଯାହା ଫଳରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେନଗାଁ ଗ୍ରାମପଞ୍ଚାୟତ ସମ୍ମୁଖରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ। ପାନୀୟ ଜଳ ସମସ୍ୟାକୁ ନେଇଁ ବିଶ୍ୱନାଥପୁର ଓ ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ଦୀର୍ଘ ୮ ଘଣ୍ଟା ଧରି ଅବରୋଧ କରିଛନ୍ତି ଗ୍ରାମବାସୀ। ବିଶ୍ଵନାଥପୁର ଶୁକ୍ରବାର ବଜାର ଦିନ ହୋଇଥିବାବେଳେ ଯାତାୟାତ ପୁରା ଠପ୍ ହୋଇଯାଇଥିଲା। ବେନଗାଁ ଗ୍ରାମବାସୀ ପୂର୍ବରୁ ମଧ୍ୟ ଏହି ପାନୀୟଜଳ ସମସ୍ୟାକୁ ନେଇଁ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅନେକ ଗୁହାରି ଆଉ ଅଭିଯୋଗ କରିବା ପରେ ପୁଣି ଥରେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। ଏମିତି ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପ୍ରକାର ସମସ୍ୟାର ସମାଧାନ ନ ହେବାରୁ ବାଧ୍ୟ ହୋଇ ଶୁକ୍ରବାର ଗ୍ରାମବାସୀ ସମସ୍ତେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିଶ୍ୱନାଥପୁରଠାରୁ କଲ୍ୟାଣସିଂହପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ହାଣ୍ଡି, ଗରା, ବାଲଟି ରଖି ରାସ୍ତାରୋକ କରିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ରଙ୍କୁ ପଚାରିବାରୁ ସେ କହିଲେ, ମୁଁ ଆରଡବ୍ଲ୍ୟୁଏସଏସ ଜେଇ ମୋହନ ଚରଣ ଶିଆଳଙ୍କୁ ଘଟଣା ସ୍ଥଳକୁ ତଦାରଖ ପାଇଁ ପଠାଇଛି। ତଦାରଖ ପରେ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ ପ୍ରକାଶ କରିଥିଲେ। ଏହାପରେ ଘଟଣା ସ୍ଥଳକୁ ବେନଗାଁ ସରପଞ୍ଚ ଓ ଜେଇ ମୋହନ ଚରଣ ଶିଆଳ ପହଞ୍ଚି ଏକ ଲିଖିତ ପ୍ରତିଶୃତି ଦେଇ ବୁଝାସୁଜା କରିବାପରେ ରାସ୍ତାରୋକରୁ ହଟିଥିଲେ ଗ୍ରାମବାସୀ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories