www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗ ମନ୍ତ୍ରୀ ଓ ଟିଏମସି ନେତାଙ୍କ ଘରେ ଇଡି ଚଢାଉ

କଲକତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ସୁଜିତ ବୋଷଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଲକତାସ୍ଥିତ ତାଙ୍କ ବିଭିନ୍ନ ଠିକଣାରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଚଢାଉ କରିଛି। ଏହା ବ୍ୟତୀତ ଦଳର ଅନ୍ୟ ଦୁଇ ଜଣ ନେତାଙ୍କ ଠିକଣାରେ ମଧ୍ୟ ସକାଳୁ ସକାଳୁ ଇଡି ଚଢାଉ କରିଛି। ତୃଣମୂଳ ବିଧାୟକ ତାପସ ରୟ ଏବଂ ନେତା ସୁବୋଧ ଚକ୍ରବର୍ତ୍ତୀଙ୍କ ଘରେ କେନ୍ଦ୍ରୀୟ ଏଜେନ୍ସିର ଚଢାଉ ଜାରି ରହିଛି। ମୁନିସିପାଲିଟି ଚାକିରି ଦୁର୍ନୀତି ମାମଲାରେ ଏହି ଚଢାଉ କରାଯାଉଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମୁନିସିପାଲିଟି ନିଯୁକ୍ତିରେ ଅନିୟମିତତା ଘଟଣାର ତଦନ୍ତ ପାଇଁ ଶୁକ୍ରବାର ସକାଳେ ଇଡି ପଶ୍ଚିମବଙ୍ଗର ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ମନ୍ତ୍ରୀ ସୁଜିତ ବୋଷ, ଟିଏମସି ବିଧାୟକ ତାପସ ରୟ ଏବଂ ଉତ୍ତର ଦମ୍ ଦମ୍ ମୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ସୁବୋଧ ଚକ୍ରବର୍ତ୍ତୀଙ୍କ ବାସଭବନରେ ଚଢାଉ କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories