www.samajalive.in
Monday, December 15, 2025
16.1 C
Bhubaneswar

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସମ୍ପକୀୟ ଆଲୋଚନାଚକ୍ର

ଝୁମ୍ପୁରା: ଝୁମ୍ପୁରା ସ୍ଥିତ ପଚାୟତ ସମିତି ମହାବିଦ୍ୟାଳୟ ପରିସର ମଧ୍ୟରେ ବିଶ୍ୱ ଓଡିଆ ଭାଷା ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସମ୍ପକୀୟ ଆଲୋଚନା ଚକ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ କୁଞ୍ଜବିହାରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ରତ୍ନାକାର ବାରିକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ମନୋରଞ୍ଜନ କର ଯୋଗଦାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଗୀତାରାଣ ସିଂହ, ନନ୍ଦକିଶୋର ଦେହୁରୀ, ପ୍ରଦ୍ୟୁନ୍ନ କିଶୋର ବେଉରା, ଶଶାଙ୍କ ଶେଖର ନାୟକ, ବିଷ୍ଣୁଚରଣ ସାହୁ, ନମିତା ସାହୁ, ମନୋରମା ଦାସ, ବିଷ୍ଣୁ ଚରଣ ସାହୁ, ବିନାୟକ ମହାନ୍ତ, ଅଶ୍ୱନୀ କୁମାର ପ୍ରଧାନ, ନାରାୟଣ ସାହୁ, ଜଗନ୍ନାଥ ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ। ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଲେ ଓଡିଆ ଭାଷାକୁ ବିଶ୍ୱସ୍ତରରେ ପହଚାଇବା ସଙ୍ଗେ ସଙ୍ଗେ ଏହାର ବ୍ୟାପକ ବ୍ୟବହାର ଗ୍ରହଣ କରିବା ସହ ଏହାର ଐତିହକୁ ନେଇ ଗର୍ବ କରିବା ଏକାନ୍ତ ଜରୁରୀ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories