www.samajalive.in
Saturday, December 13, 2025
15.1 C
Bhubaneswar

ରବୀନ୍ଦ୍ର ଜାଡ଼େଜାଙ୍କୁ ପଛରେ ପକାଇ ବୁମ୍‌ରା ୪ର୍ଥ,କୋହଲି ୬ଷ୍ଠ ସ୍ଥାନକୁ ଉଠିଲେ

ଦୁବାଇ : ପାକିସ୍ତାନ ବିପକ୍ଷରେ ଘରୋଇ ଅଷ୍ଟ୍ରେଲିଆ ୩-୦ରେ ଶୃଙ୍ଖଳା ପୋଛିବା ଏବଂ କେପ୍‌ଟାଉନ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଐତିହାସିକ ଟେଷ୍ଟ ବିଜୟ ପରେ ଆଇସିସି ପୁରୁଷ ଟେଷ୍ଟ ଖେଳାଳି ମାନ୍ୟତା​‌େ​‌ର ବେଶ୍‌ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି। ବୁଧବାର ପ୍ରକାଶ ପାଇଥିବା ସଦ୍ୟତମ ମାନ୍ୟତା ତାଲିକା ଅନୁସାରେ, ବୋଲିଂ ବିଭାଗରେ ଭାରତର ଶ୍ରେଷ୍ଠ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସାଥୀ ଖେଳାଳି ରବୀନ୍ଦ୍ର ଜାଡ଼େଜାଙ୍କୁ ପଛରେ ପକାଇ ବୁମ୍‌ରା ୭୮୭ ପଏଣ୍ଟ ସହ ଗୋଟିଏ ସ୍ଥାନର ଉନ୍ନତି ଘଟାଇଛନ୍ତି।
କେପ୍‌ଟାଉନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍‌ର ୨ୟ ଇନିଂସରେ ବୁମ୍‌ରା ୬ଟି ୱିକେଟ ନେଇ ଭାରତକୁ ଜିତାଇଥିଲେ। ଉକ୍ତ ଟେଷ୍ଟମ୍ୟାଚ୍‌ରେ ପ୍ରଥମ ଇନିଂସରେ ମାତ୍ର ୧୫ ରନ୍‌ ଦେଇ ୬ଟି ସହ ମୋଟ ୭ଟି ୱିକେଟ ନେଇଥିବା ଭାରତୀୟ ଫାଷ୍ଟବୋଲର ମହମ୍ମଦ ସିରାଜ୍ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ୧୩ଟି ସ୍ଥାନର ଉନ୍ନତି ଘଟାଇ ୧୭ଶ ସ୍ଥାନରେ ପହଞ୍ଚିଛନ୍ତି। ଏହା ସିରାଜ୍‌ଙ୍କ ଜୀବନର ଶ୍ରେଷ୍ଠ ମାନ୍ୟତା। ଉକ୍ତ ମ୍ୟାଚ୍‌ରେ ଭଲ ବୋଲିଂ କରିଥିବା ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର ଲୁଙ୍ଗି ଏନ୍‌ଗିଡି ୯ଟି ସ୍ଥାନର ଉନ୍ନତି ଘଟାଇ ୨୮ତମ ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାରେ କ୍ରମାଗତ ୩ଟି ଇନିଂସରେ ୫ଟି ଲେଖାଏଁ ୱିକେଟ ନେବା ସହ ଶୃଙ୍ଖଳାରେ ସର୍ବାଧିକ ୱିକେଟ ନେଇଥିବା ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍‌ସ ବୋଲିଂ ମାନ୍ୟତାରେ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି କ୍ରମରେ ଦକ୍ଷିଣ ଆଫ୍ରିକାର ଫାଷ୍ଟବୋଲର କାଗିସୋ ରବାଡ଼ାଙ୍କୁ କମିନ୍‌ସ ପଛରେ ପକାଇ ଦେଇଛନ୍ତି। କମିନ୍‌ସଙ୍କ ସାଥୀ ଫାଷ୍ଟବୋଲର ଜୋସ୍ ହାଜେଲ୍‌ଉଡ୍‌ ଯୁଗ୍ମ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ୪ଟି ସ୍ଥାନର ଉନ୍ନତି ଘଟାଇ ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍‌ଙ୍କ ସହ ହାଜେଲ୍‌ଉଡ୍‌ ଯୁଗ୍ମ ଭାବେ ୭ମ ସ୍ଥାନରେ ଅଛନ୍ତି। ୮୬୩ ପଏଣ୍ଟ ସହ ଭାରତୀୟ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ପ୍ରଥମ ସ୍ଥାନରେ ରହିଛନ୍ତି।
ପାକିସ୍ତାନ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପାଇଁ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ୮୦୨ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତେବେ ଦଳର ଅନ୍ୟତମ ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭେନ୍‌ ସ୍ମିଥ୍‌ ୮୧୮ ପଏଣ୍ଟ ସହ ୩ୟ ସ୍ଥାନ ବଜାୟ ରଖିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ହେତୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲି ୭୭୫ ପଏଣ୍ଟ ସହ ୬ଷ୍ଠ ସ୍ଥାନକୁ ଏବଂ ଅଧିନାୟକ ରୋହିତ ଶର୍ମା ୧୦ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସିଡ୍‌ନୀରେ ୩ୟ ଟେଷ୍ଟରେ ୮୮ ଓ ୨୮ ରନ୍‌ର ପ୍ରଭାବଶାଳୀ ଇନିଂସ ବଳରେ ପାକିସ୍ତାନର ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ମହମ୍ମଦ ରିଜ୍‌ୱାନ ୧୭ଶ ସ୍ଥାନକୁ ଉନ୍ନତି କରିଛନ୍ତି। ଭାରତ ବିପକ୍ଷ ୨ୟ ଘରୋଇ ଟେଷ୍ଟରେ ଲଢ଼ୁଆ ଶତକ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଐଡେନ୍ ମାର୍କରାମ ୬୬୭ ପଏଣ୍ଟ ସହ ମାନ୍ୟତାର ଶୀର୍ଷ ୨୦ରେ ପ୍ରବେଶ କରିଛନ୍ତି। ବ୍ୟାଟିଂ ମାନ୍ୟତାରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମ୍‌ସନ ପ୍ରଥମ ଏବଂ ଇଂଲଣ୍ଡର ଜୋ ରୁଟ୍‌ ୨ୟ ସ୍ଥାନରେ ରହିଛନ୍ତି। ଦଳଗତ ମାନ୍ୟତାରେ ଟେଷ୍ଟରେ ଅଷ୍ଟ୍ରେଲିଆ ପଛକୁ ଭାରତ ୨ୟ ସ୍ଥାନରେ ରହିଛି। ଅନ୍ୟ ୨ଟି ଫର୍ମାଟରେ ଭାରତ ଶୀର୍ଷରେ ରହିଛି। ଦିନିକିଆ ଫର୍ମାଟ୍‌ରେ ଶ୍ରୀଲଙ୍କାର ଚରିତ ଆସାଲଙ୍କା ଓ ସ୍ପିନର ମାହିଶ୍‌ ତୀକ୍ଷଣଙ୍କ ମାନ୍ୟତାରେ ଉନ୍ନତି ଘଟିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories