www.samajalive.in
Friday, December 12, 2025
14.1 C
Bhubaneswar

ଆଜାଦ କପ୍‍ କ୍ରିକେଟ ପ୍ରତିଯୋଗିତା, ୟୁନିକ୍‍ କ୍ରିକେଟ ଏକାଡେମୀ ଚମ୍ପିଆନ

କେନ୍ଦୁଝରଗଡ଼ : ପଡୋଶୀ ମୟୁରଭଞ୍ଜ ଜିଲା ଚଢ଼େଇଭୋଳ ଠାରେ ଆଜାଦ ମେମୋରିଆଲ କ୍ରିକେଟ ପ୍ରତିଯୋଗିତାର ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‍ରେ ୟୁନିକ୍‍ କ୍ରିକେଟ ଏକାଡେମୀ କେନ୍ଦୁଝର ଦଳ ରାଞ୍ଚି ୟୁସିସିକୁ ୨୪ରନରେ ହରାଇ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ୟୁନିକ୍‍ କ୍ରିକେଟ ଏକାଡେମୀ କେନ୍ଦୁଝର ଦଳ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ଚକ୍ରଧରଙ୍କ ୪୬, ରଜତ ସ୍ୱାଇଁଙ୍କ ୩୫ ଓ ଯଶୋବନ୍ତ ମାଝୀଙ୍କ ଦୃତ ୨୩ରନ ବଳରେ ୧୫୯ରନ ସଂଗ୍ରହ କରିଥିଲା। ଜବାବରେ ରାଞ୍ଚି ୟୁସିସି ଦଳ ୧୩୫ରନରେ ଅଲଆଉଟ ହୋଇ ୨୪ରନରେ ପରାସ୍ତ ହୋଇଥିଲେ।

ଆଜାଦ ସ୍ପୋଟ୍ସ ଆଣ୍ଡ କଲଚରାଲ କ୍ଲବ ଚଢ଼େଇଭୋଳ ଦ୍ୱାରା ଆୟୋଜିତ ଫାଇନାଲ ମ୍ୟାଚରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‍ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ୟୁନିକ୍‍ କ୍ରିକେଟ ଏକାଡେମୀ କେନ୍ଦୁଝର ଦଳକୁ ୫୧ହଜାର ଟଙ୍କା ସହ ଚମ୍ପିଆନ ଟ୍ରଫି ଓ ରାଞ୍ଚି ୟୁସିସି ଦଳକୁ ୩୧ହଜାର ଟଙ୍କା ସହ ରନର୍ସଅପ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ୟୁନିକ୍‍ କ୍ରିକେଟ ଏକାଡେମୀ କେନ୍ଦୁଝର ଦଳର ଯଶୋବନ୍ତ ମାଝୀଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories