କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷାକର୍ମୀଙ୍କ ଧାରଣା; ଦରମା ଅନିୟମିତତା ଅଭିଯୋଗ
କୋଣାର୍କ: ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ସିକ୍ୟୁରିଟି କର୍ମଚାରୀ ମାନେ ଧାରଣା ଦେଇଛନ୍ତି। ଗୁରୁବାର କାମ ବନ୍ଦ କରି ସୂର୍ଯ୍ୟମନ୍ଦିର ଆଗ ବାଖ୍ୟାନ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଏସଆଇଏସ ସିକ୍ୟୁରିଟି ସଂସ୍ଥାର ୧୦୫ କର୍ମଚାରୀ। ସଂସ୍ଥା ପ୍ରଥମେ କର୍ମଚାରୀଙ୍କୁ ୧୭ହଜାର ଟଙ୍କା ଦେଉଥିଲା। ହେଲେ କିଛି ଦିନ ପରେ ୧୨ ହଜାର ଟଙ୍କା କର୍ମଚାରୀଙ୍କୁ ଦିଆଯାଇଥିଲା। ବର୍ତମାନ ମାସକୁ ୬ହଜାର ଟଙ୍କା ଦେବାରୁ ୧୦୫ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦରମା ଦେବାରେ ଅନିୟମିତତା ଅଭିଯୋଗରେ କାମ ବନ୍ଦ କରି ପ୍ରତିବାଦ କରିିଛନ୍ତି ଏହିସବୁ କର୍ମଚାରୀ ।
Comments are closed.