www.samajalive.in
Saturday, December 6, 2025
16.1 C
Bhubaneswar

୨ବର୍ଷ ହେଲା ଅଙ୍ଗନବାଡ଼ି ଘରେ ତାଲା

ପାଟଣା: ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଅନ୍ତର୍ଗତ ସୁରେନ୍ଦ୍ରପୁର ଗ୍ରାମରେ ବହୁ ଦିନ ଧରି ଅଙ୍ଗନବାଡ଼ି ଘର ନଥିଲା। ତେଣୁ ୨୦୨୦- ୨୧ ଆର୍ଥିକ ବର୍ଷରେ ଓମବାଡସି ଯୋଜନାରେ ୧୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା। ଅଙ୍ଗନବାଡ଼ି ଘର ତିଆରି ହୋଇଛି, ମାତ୍ର ଶିଶୁମାନେ ପାଠପଢି ପାରୁନାହାନ୍ତି । ଅନୁସନ୍ଧାନରୁ ଜଣାପଡିଛି ଯେ, ଠିକାଦାର ବିଲ୍ ପାଇନଥିବାରୁ ଘରକାମ ସମ୍ପୂର୍ଣ୍ଣ କରି ତାଲା ପକାଇ ରଖିଛନ୍ତି। ସାହାରପଡା ସିଡିପିଓ ଦୀପ୍ତିରାଣୀ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସେ ଘର ଆମକୁ ଏ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନାହିଁ। ବିଡିଓଙ୍କୁ ବାରମ୍ବାର ଚିଠି ଲେଖିଲେ ମଧ୍ୟ ସେ ଶୁଣୁନାହାନ୍ତି। ସେହି ବର୍ଷ ଓମବାଡସି ଯୋଜନାରେ ୧୫ ଲକ୍ଷର ଅନୁଦାନରେ ୧୬ଟି ଅଙ୍ଗନବାଡି ଘର ବ୍ଲକ ଅଞ୍ଚଳରେ ତିଆରି କରାଯାଇଥିଲା। ୩ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୬ଟି ଅଙ୍ଗନବାଡ଼ି ଗୃହ ହସ୍ତାନ୍ତର ହୋଇଛି। ଅନ୍ୟ ଘର ମଧ୍ୟରୁ କେତେକ ସମ୍ପୂର୍ଣ୍ଣ ହୋଇଛି ଓ କିଛି ଅଧାପନ୍ତରିଆ ହୋଇ ପଡ଼ିରହିଛି। ବ୍ଲକ ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଉଥିବା ବେଳେ ୩ବର୍ଷ ମଧ୍ୟରେ ଅଙ୍ଗନବାଡ଼ି ଗୃହଗୁଡ଼ିକ କାହିଁକି ସମ୍ପୂର୍ଣ୍ଣ ହୋଇପାରିଲାନାହିଁ ସେନେଇ ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଆଲୋଚନା ନହେବା ସାହାରପଡ଼ା ବ୍ଲକ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories