www.samajalive.in
Sunday, December 7, 2025
26.1 C
Bhubaneswar

ମାଓ ଅଞ୍ଚଳରେ ଉଡିବ ବିମାନ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଉଡ଼ିବ ବିମାନ। ମାଲାକାନଗିରି ଜିଲାରେ ମଙ୍ଗଳବାର ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ। ବିଚ୍ଛିନ୍ନାଂଚଳରେ ବିକାଶର ଅଗ୍ରଗତି ହେବା ସହିତ ମଙ୍ଗଳବାର ଠାରୁ ଆକାଶ ମାର୍ଗରେ ଯୋଗାଯୋଗ ଆରମ୍ଭ ହେବାକୁ ଯାଉଛି। ଦୀର୍ଘଦିନର ପ୍ରତୀକ୍ଷା ପରେ ମାଲକାନଗିରିକୁ ଆରମ୍ଭ ହେବ ଏହି ବିମାନ ସେବା।
୨୯କୋଟି ଟଙ୍କା ବ୍ୟୟରେ ୧୦୬ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ହଜାର ୬୦୨ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତ ହୋଇଛି। ବିମାନସେବା ଆରମ୍ଭ ପୂର୍ବରୁ ଗତ ୭ତାରିଖରେ ଏୟାରପୋର୍ଟରେ ବିମାନ ଅବତରଣର ପରୀକ୍ଷାମୂଳକ କରାଯାଇଥିଲା। ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories