www.samajalive.in
Monday, December 15, 2025
14.1 C
Bhubaneswar

ଆର୍ଥିକ ସ୍ୱାକ୍ଷରତା ଓ ସଚେତନତା ସୃଷ୍ଟି ପାଇଁ ‘ୱାକାଥନ୍’

ଫୁଲବାଣୀ :ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଆର୍ଥିକ ସ୍ୱାକ୍ଷରତା ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ କନ୍ଧମାଳ ସମେତ ପ୍ରତ୍ୟେକ ଜିଲ୍ଲାରେ ୱାକାଥନ୍ ଆୟୋଜନ କରାଯାଉଛି। ଏହି କ୍ରମରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ କେ ବୈ÷ଠକ ଅନୁଷ୍ଠିତ ହୋଇଯାଇଛି। ଡିଜିଏମ୍, ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ୱର ମାରୁତି ପ୍ରକାଶ ବେହେରା କହିଲେ, କେବଳ ୱାକାଥନ୍ ଆୟୋଜନ କରି୨୫୦ଜଣ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଟାର୍ଗେଟ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ତାଙ୍କର ଉଦ୍ଦେଶ୍ୟ ହେଉଛି ଯେଉଁମାନେ ଏଠାରେ ସଚେତନ ହେଲେ ସେମାନେ କିପରି ୧୦୦୦ ଲୋକଙ୍କୁ ସଚେତନ କରିବେ ଏବଂ ସେହି କ୍ରମରେ ସଂଖ୍ୟା ବଢ଼ି ଚାଲିଥିବ ସାଇବର ଠକେଇ ବନ୍ଦ ନ ହେଲା ପର୍ଯ୍ୟନ୍ତ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆଞ୍ଝଳିକ ପରିଚାଳକ ମାନସ ରଞ୍ଜନ ଆଚାର୍ଯ୍ୟ କହିଲେ ଦେଶ ନିଶ୍ଚିତ ଭାବେ ଆଗେଇଛି। କାରଣ ଏବେ ଘରର ସମସ୍ତ ସଦସ୍ୟଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି। ଆଗେ କେବଳ ଘରର ମୁଖ୍ୟଙ୍କ ପାଖରେ ଥିଲା। ୨୦୧୫ ମସିହା ପର୍ଯ୍ୟନ୍ତ ଏ.ଟି.ଏମ୍. ଠକେଇ ହେଉଥିଲା। ଲୋକମାନେ ସଚେତନ ହେବାପରେ ତା’ ପର ଠାରୁ ସାଇବର ଠକେଇ ଚାଲିଛି। ଯେ ପର୍ଯ୍ୟନ୍ତ ଲୋକ ଏହା ଉପରେ ସଚେତନ ହୋଇନାହାଁନ୍ତି ଏହି ଠକେଇ ଚାଲିଥିବ। ବ୍ୟାଙ୍କ ତା’ର କୋ÷÷ଣସି ଗ୍ରାହାକଙ୍କ ଓ.ଟି.ପି. ନମ୍ବର ମାଗେନି କିମ୍ବା ଏଥିପାଇଁ ଇ-ମେଲରେ ମେସେଜ୍ ପଠାଏ ନାହିଁ। ଲୋକମାନେ ଯେତେ ସଚେତନ ହେବେ ତାଙ୍କ ଟଙ୍କା ସେତିକି ସୁରକ୍ଷିତ ରହିବ ବୋଲି ସେ କହିଥିଲେ। ସେହିପରି, ଡି.ଡି.ଏମ୍. ନାବାର୍ଡ ସଞ୍ଜୀବ କୁମାର ମହାନ୍ତି ଦିଜିଟାଲ୍ ଉପକରଣର ବ୍ୟବହାର ଉପରେ ଘରର ପ୍ରତ୍ୟେକ ସଦସ୍ୟଙ୍କୁ ସଚେତନ କରିବା ଆବଶ୍ୟକ।

- Advertisement -

ଡିଜିଟାଲ୍ ପେମେଣ୍ଟ କରିବା କିମ୍ବା ଆଣିବା ସମୟରେ କି କି ସତର୍କତା ଅବଲମ୍ବନ କରିବାକୁ ହେବ ସେ ବିଷୟରେ ମଧ୍ୟ ସଚେତନ କରବା ଆବଶ୍ୟକ। ଏଲ୍.ଡି.ଏମ୍. ଭୁବନେଶ୍ୱର ଭାରତୀୟ ରିଜର୍ଭ ବ୍ୟାଙ୍କ, ଅଭିଶେକ୍ ପ୍ରମାଣିକ୍ ଏବଂ ସେବାଶ୍ରୀ ସାହୁ ଭାରତ ସରକାରଙ୍କର ଲୋନ୍ ସମ୍ପର୍କୀତ ବିଭିନ୍ନ ପୋର୍ଟାଲ ଉପରେ ଆଲୋଚନା କରିବା ସହିତ ଠକେଇରେ ନ ପଡ଼ିବା ପାଇଁ ଓ ଠକେଇରେ ପଡ଼ିବା ପରେ କ’ଣ କରିବାକୁ ହେବ ସେ ବିଷୟରେ ଆଲୋଚନା କରିଥିଲେ। ବିଭିନ୍ନ ପ୍ରକାର ଋଣ ଉପରେ ମଧ୍ୟ ଆଲୋଚନା କରିଥିଲେ। ସେମାନେ କହିଲେ ଲୋକମାନେ ଅଜ୍ଞାନତା, ଅସାବଧାନତା ଓ ଅତ୍ୟଧିକ ଲୋଭ ହେତୁ ସାଧାରଣତଃ ଠକାମିରେ ପଡ଼ିଥାନ୍ତି। ସେମାନେ ଆର୍ଥିକ ସ୍ୱାକ୍ଷରତା, ସାଇବର ସିକ୍ୟୁରିଟି, ଦିଜିଟାଲ୍ ବ୍ୟାଙ୍କିଙ୍ଗ୍,ବିଭିନ୍ନ ପ୍ରକାରର ଚିରା ଓ ଫଟା ନୋଟ୍ ବିନିମୟ ସୁବିଧା ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା, ଆର୍.ବି.ଆଇ.ରେ ଏକୀକୃତ ଲୋକପାଳ ଯୋଜନା ଇତ୍ୟାଦି ଉପରେ ଆଲୋଚନା କରିଥିଲେ।ଜିଲ୍ଲା ମୁଖ୍ୟ ପ୍ରବନ୍ଧକ ହରେକୃଷ୍ନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଜନସାଧାରଣଙ୍କ ମଧ୍ୟରେ ସଚେତନତ।। ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ବ୍ୟାଙ୍କ କର୍ମଚାରୀ, ବିଭିନ୍ନ ଟାର୍ଗେଟ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ୱାକାଥନ୍ ଆୟୋଜିତ କରାଯାଇଥିଲା। ଏହାକୁ ଜିଲ୍ଲାପାଳ, ଆଶିଷ ଇଶ୍ୱର ପାଟିଲ୍, ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଆଞ୍ଝଳିକ ପରିଚାଳକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମାନସ ରଞ୍ଜନ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ପ୍ରବନ୍ଧକ ହରେକୃଷ୍ନ ଜେନା, ନାବାର୍ଡର ଉନ୍ନୟନ ପ୍ରବନ୍ଧକ ଏସ.କେ. ମହାନ୍ତି ଓ ଆରବିଆଇର ଅନ୍ୟ ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories