ଭୁବନେଶ୍ବର: ହୀରାକୁଦକୁ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ତାହାର ଗଣନା କରାଯିବ। ଆସନ୍ତାକାଲି ହୀରାକୁଦରେ ପକ୍ଷୀଗଣନା ବୋଲି ସୂଚନା ଦିଆଯାଇଛି। ହୀରାକୁଦର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯିବ। ଏହି ଗଣନା ପରେ ରାଜ୍ୟ ବାହାରୁ କେତେ ପକ୍ଷୀ ଆସିଛନ୍ତି ଏବଂ ହୀରାକୁଦରେ ମୋଟ କେତେ ପକ୍ଷୀ ରହିଛନ୍ତି ତାହା ଜଣାପଡ଼ିବ। ଆସନ୍ତାକାଲି ହୀରାକୁଦରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩୨ଟି ଟିମ ପକ୍ଷୀ ଗଣନା କରିବେ। ୩୩ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ଜଣ ଟିମରେ ସାମିଲ ହୋଇଥିବା ଜଣାଯାଇଛି।
Popular Categories



