www.samajalive.in
Sunday, December 14, 2025
16.1 C
Bhubaneswar

ମହଙ୍ଗା ପଡ଼ିଲା ମନ୍ତ୍ରୀଙ୍କ ଭାରତ ବିରୋଧୀ ମନ୍ତବ୍ୟ; ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ମାଳଦ୍ବୀପ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟ୍ରେଣ୍ଡ କରୁଛି ବୟକଟ୍‌ ମାଳଦ୍ୱୀପ। ମାଳଦ୍ୱୀପ ନେତାଙ୍କ ଭାରତ ବିରୋଧୀ ମନ୍ତବ୍ୟ ପରେ ତାତି ଉଠିଛନ୍ତି ଦେଶବାସୀ। ଏହାର ପରିଣାମସ୍ବରୂପ ଲୋକେ ମାଳଦ୍ୱୀପକୁ ନେଇ ନକରାତ୍ମକ କମେଣ୍ଟ ଦେବା ସହ ନିଜ ନିଜର ବୁକିଂ ମଧ୍ୟ ବାତିଲ କରି ଦେଉଛନ୍ତି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଲାକ୍ଷାଦ୍ବୀପ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହୋଇଥିଲା ଏବଂ ଏହି ଫଟୋକୁ ନେଇ ଭାରତରେ ମାଳଦ୍ୱୀପ ଓ ଲାକ୍ଷାଦ୍ବୀପ ମଧ୍ୟରେ ତୁଳନା ଆରମ୍ଭ ହୋଇଥିଲା। ଏହା ଦେଖି ମାଳଦ୍ୱୀପ ମନ୍ତ୍ରୀମାନେ ରାଗିଯିବା ସହ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ। ତାଙ୍କ ବୟାନ ପରେ ସାମାଜିକ ଗଣମାଧ୍ୟମରେ #BoycottMaldives ଟ୍ରେଣ୍ଡ୍‌ କରୁଛି। ଲୋକେ ମାଳଦ୍ୱୀପକୁ ନେଇ ବେଶ୍‌ ନକରାତ୍ମକ କମେଣ୍ଟ କରିଛନ୍ତି। ଲୋକମାନେ କହିଛନ୍ତି ଯେ, ପର୍ଯ୍ୟଟନ ଉପରେ ନିର୍ଭରଶୀଳ ମାଳଦ୍ୱୀପକୁ ଭାରତର ଶକ୍ତି ବିଷୟରେ ଧାରଣା ନାହିଁ। କେବଳ ଏତିକି ନୁହେଁ, ଅନେକ ଲୋକ ମାଳଦୀପ ଯାତ୍ରା ବାତିଲ କରି ଲାକ୍ଷାଦ୍ବୀପକୁ ପସନ୍ଦ କରୁଛନ୍ତି।

- Advertisement -

ସୋସିଆଲ ମିଡିଆରେ ଲୋକମାନେ ଯେପରି ମାଳଦ୍ୱୀପ ବିରୁଦ୍ଧରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି, ଏଥିରୁ ମାଳଦ୍ୱୀପକୁ ଶକ୍ତ ଝଟ୍‌କା ଲାଗିବା ନିଶ୍ଚିତ। ମାଳଦ୍ୱୀପର ଅର୍ଥନୀତି ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ସୋସିଆଲ ମିଡିଆରେ ଏପରି ଅନେକ ପୋଷ୍ଟ ଶେୟାର କରାଯାଉଛି, ଯେଉଁଥିରେ ଲୋକମାନେ ସେମାନଙ୍କର ମାଳଦ୍ୱୀପ ଯାତ୍ରା ବାତିଲ ବିଷୟରେ ସୂଚନା ପ୍ରଦାନ କରି ସ୍କ୍ରିନସଟ ଶେୟାର କରୁଛନ୍ତି।


ଜଣେ ୟୁଜର କହିଛନ୍ତି ଯେ, ମାଳଦ୍ୱୀପ ମନ୍ତ୍ରୀ ଭାରତକୁ ଅପମାନିତ କରିବା ପରଠାରୁ ୮୧୬୬ ହୋଟେଲ ବୁକିଂ ଏବଂ ପ୍ରାୟ ୨୫୦୦ ବିମାନ ଟିକେଟ ବାତିଲ କରାଯାଇଛି। ତେବେ ସରକାରୀ ଭାବେ ଏନେଇ କୌଣସି ତଥ୍ୟ ମିଳିନାହିଁ।

ସୂଚନାଯୋଗ୍ୟ, ମାଳଦ୍ୱୀପ ମନ୍ତ୍ରୀ ଅବଦୁଲ୍ଲା ମୋହଜୁମ ମାଜିଦ ଲେଖିଛନ୍ତି ଯେ, ‘‘ମାଳଦ୍ବୀପ ପର୍ଯ୍ୟଟନକୁ ଟାର୍ଗେଟ କରିଥିବାରୁ ମୁଁ ଭାରତୀୟ ପର୍ଯ୍ୟଟନକୁ ଶୁଭେଚ୍ଛା ଜଣାଉଛି, କିନ୍ତୁ ପର୍ଯ୍ୟଟନକୁ ନେଇ ଆମ ପକ୍ଷରୁ ଭାରତକୁ କଡ଼ା ଟକ୍କର ମିଳିବ। କେବଳ ଆମ ରିସୋର୍ଟ ଭିତ୍ତିଭୂମି ସେମାନଙ୍କର ସମ୍ପୂର୍ଣ୍ଣ ଭିତ୍ତିଭୂମିଠାରୁ ଅଧିକ।’’ ଏହି ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଟ୍ୟାଗ୍‌ କରାଯାଇଛି।


ମାଳଦ୍ୱୀପର ଅନ୍ୟ ଜଣେ ନେତା ଜାହିଦ୍ ରମିଜ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଲାକ୍ଷାଦ୍ବୀପରେ ପର୍ଯ୍ୟଟନ ବୃଦ୍ଧି ନେଇ ଲେଖିଛନ୍ତି, ଅବଶ୍ୟ ଏହା ଏକ ଭଲ ପଦକ୍ଷେପ, କିନ୍ତୁ ଆମ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ଏକ ଭ୍ରମ ମାତ୍ର।’’ ସେ ଆହୁରି ଲେଖିଛନ୍ତି, ‘‘ଆମେ ପ୍ରଦାନ କରୁଥିବା ସେବା ସେମାନେ କିପରି ପ୍ରଦାନ କରିପାରିବେ? ସେମାନେ କିପରି ଏତେ ପରିଷ୍କାର ହୋଇପାରିବେ? କୋଠରୀଗୁଡ଼ିକରେ ସ୍ଥାୟୀ ଦୁର୍ଗନ୍ଧ ସବୁଠୁ ବଡ ଅବନତି ହେବ।’’

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories