www.samajalive.in
Saturday, December 6, 2025
14.1 C
Bhubaneswar

ୟଶଙ୍କ ନାୟିକା ସାଜିବେ ବେବୋ

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ କରୀନା କପୁର ଖାନ୍ । ତାଙ୍କୁ ବେବୋ ନାମରେ ସମସ୍ତେ ଜାଣନ୍ତି। ବଲିଉଡ୍ ଚଳଚିତ୍ର ଜଗତକୁ ସେ ଦେଇଛନ୍ତି ଅନେକ ସୁପରହିଟ୍ ଫିଲ୍ମ । ତାଙ୍କର ନିଖୁଣ ଅଭିନୟ ଏବଂ ନିଆରା ଅନ୍ଦାଜ୍ ଦୀର୍ଘ ବର୍ଷ ଧରି ତାଙ୍କୁ ଦର୍ଶକଙ୍କ ମନରେ ବାନ୍ଧି ରଖିଛି। ବର୍ତ୍ତମାନ ତାଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସୁଛି।  କେଜିଏଫ୍‌ ପରେ ଏବେ ୟଶ୍‌ଙ୍କ ପରବର୍ତ୍ତୀ ଚଳଚ୍ଚିତ୍ରକୁ ଫ୍ୟାନ୍ସ ମାନେ ଅପେକ୍ଷା କରି ରହିଛନ୍ତି।

ଗୀତୁ ମୋହନ ଏହି ଫିଲ୍ମର ନିଦ୍ଦେର୍ର୍ଶନା ଦେଇଥିବାବେଳେ କେଜିଏଫ୍ ଭଳି ଏହା ମଧ୍ୟ ବ୍ଲକବଷ୍ଟର ହେବ ବୋଲି ଚଚ୍ର୍ଚା ହେଉଛି। ଅଭିନେତ୍ରୀ କରିନା କପୁର ଖାନ୍‌ ଟକ୍ସିକ୍‌ ଜରିଆରେ କନ୍ନଡ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାପୂର୍ବରୁ କରିନା କେବେ ସାଉଥ୍ ଫିଲ୍ମରେ କାମ କରିନାହାନ୍ତି ।  ପ୍ରଥମ କରି ସେ ୟଶ୍‌ଙ୍କ ସହିତ ସ୍କ୍ରିନ ଶେୟାର କରିବେ। ତାଙ୍କୁ  ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।  ଶେଷଥର ପାଇଁ ତାଙ୍କୁ ‘ଦି ବକିଙ୍ଗହାମ୍‌ ମର୍ଡର୍ସ’ରେ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ପରେ ପ୍ରଶଂସକମାନେ କରିନାଙ୍କୁ ୟଶ୍ ଙ୍କ ବିପକ୍ଷରେ ଦେଖିବାକୁ  ବେଶ୍ ଉତ୍ସାହିତ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories