www.samajalive.in
Sunday, December 14, 2025
23.1 C
Bhubaneswar

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା ଓଲିଭରଙ୍କ ଦେହାନ୍ତ

ନୂଆଦିଲ୍ଲୀ : ହଲିଉଡ୍ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିମାନ ଦୁର୍ଘଟଣାରେ ଚାଲିଯାଇଛି ହଲିଉଡ୍ ଅଭିନେତା ଓଲିଭରଙ୍କ ଜୀବନ । ତାଙ୍କ ସହ ତାଙ୍କର ଦୁଇ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ଓଲିଭର ଛୁଟି କାଟିବାକୁ ପରିବାର ସହ ବିମାନ ଯୋଗେ ସେଣ୍ଟ ଲୁସିଆକୁ ବାହାରିଥିଲେ । ହେଲେ ବିମାନଟି ଉଡାଣ ଭରିବା ସମୟରେ କେରେବିୟନ୍ ସାଗରରେ ଖସି ପଡିଥିଲା। ଏହାପରେ ତୁରନ୍ତ ଉଦ୍ଧାରକାରୀ ଟିମକୁ ଖବର ଦିଆଯାଇଥିଲା।

ଖବର ପାଇ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲେ । ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସମୁଦ୍ର କୂଳରୁ ୪ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଏବଂ ମୃତକଙ୍କ ମଧ୍ୟରେ ହଲିଉଡ ଅଭିନେତା ଓଲିଭର ଏବଂ ତାଙ୍କ ଦୁଇ ଝିଅ ଥିବା ଜଣାପଡିଥିଲା।
ଓଲିଭର ଜଣେ ଖ୍ୟାତନାମା ହଲିଉଡ୍ ଅଭିନେତା ଥିଲେ । ନିଜ ଫିଲ୍ମ କ୍ୟାରିୟରରେ ସେ ୬୦ରୁ ଉର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ସେ ଦର୍ଶକଙ୍କୁ ନିଜ ଅଭିନୟ ଜାଦୁରେ ବାନ୍ଧି ରଖିଥିଲେ । ତାଙ୍କ ମୃତ୍ୟୁରେ ହଲିଉଡ୍ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories