ପୁଣି ଜି.ଉଦୟଗିରିରେ ପାରଦ ତଳମୁହାଁ

ଜି.ଉଦୟଗିରି : କିଛିଦିନ ବ୍ୟବଧାନ ପରେ ପୁଣି ଜି.ଉଦୟଗିରିରେ ପାରଦ ତଳମୁହାଁ ହେବାରୁ ଶୀତ ଲେଉଟିଥିବା ଅନୁଭବ କରାଯାଉଛି। ଗୁରୁବାର ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରୀ ସେଲସିୟସ୍ ଥିବାବେଳେ ଶୁକ୍ରବାର ତାହା ୭ ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିବା ନେଇ ସ୍ଥାନୀୟ କୃଷି ଗବେଷଣା କେନ୍ଦ୍ରରେ ଥିବା ପାଣିପାଗ ବିଭାଗ ଅଧିକାରଙ୍କ ଠାରୁ ଜାଣିବାକୁ ମିଳିଛି। ହେଲେ ପୁଣି ଥରେ ଶୀତ ଫେରିବା ସହ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ରହୁଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଥିବା ବେଳେ ସକାଳୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି।

Comments are closed.