ପଶ୍ଚିମବଙ୍ଗରେ ରାସନ ଘୋଟାଲା : ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ
ପଶ୍ଚିମବଙ୍ଗ : ମହଙ୍ଗା ପଡିଲା ଇଡି ଗାଡି ଭଙ୍ଗାରୁଜ୍ଜା କରିବା । ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଗିରଫ ହୋଇଛନ୍ତି ତୃଣମୂଳ କଂଗ୍ରେସ ନେତା ଶଙ୍କର ଆଧ୍ୟା। ପିଡିଏସ୍ ରାସନ ଘୋଟାଲା ଅଭିଯୋଗରେ ଡିସେମ୍ବର ୫ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରିଥିଲା। ଅଧିକ ଛାନଭିନ୍ କରିବା ପରେ ଇଡି ଶନିବାର ତାଙ୍କୁ ଗିରଫ କରିଛି। ଗିରଫ କରି ନେବାବେଳେ କିଛି ସ୍ଥାନୀୟ ଲୋକ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା।
ସେପଟେ ଶଙ୍କରଙ୍କ ପତ୍ନୀଙ୍କ ଅଭିଯୋଗ ଯେ ଯାଞ୍ଚରେ ସହଯୋଗ କରିବା ପରେ ବି ଇଡି ତାଙ୍କ ସ୍ୱାମୀଙ୍କୁ ଗିରଫ କରିଛି। ସୂଚନା ମୂତାବକ ଗତକାଲି ଇଡି ଟିମ୍ ଶଙ୍କର ଆଧ୍ୟାଙ୍କ ଘରକୁ ରେଡ ପାଇଁ ଯାଉଥିବାବେଳେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ହଠାତ୍ ୨୦୦ରୁ ଉର୍ଦ୍ଧ୍ୱ ଲୋକ ଆସି ଆକ୍ରମଣ କରିବା ସହ ଗାଡି ଭଙ୍ଗାରୁଜା କରିଥିଲେ । ଭଙ୍ଗାରୁଜାରେ କାରର ଆଗ ଓ ପଛ ପାଖର କାଚ ଭାଙ୍ଗିଯାଇଥିଲା।
Comments are closed.