www.samajalive.in
Sunday, December 14, 2025
26.1 C
Bhubaneswar

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ

ଧାମରା: ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇ ଯାଇଛି। ଗତ ୧ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା ୭ତାରିଖ ଦିନ ଉଦ‌ଯାପିତ ହେବ ବୋଲି ଜଣାଯାଇଛି। ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଥିବା ଏନଏସ ଏସ ପକ୍ଷରୁ ଏହି ସପ୍ତାହ ଅବସରରେ ସମସ୍ତ ଛାତ୍ରଛାତ୍ରୀ ଧାମରା ଜାଗୁଳା ଫଚାୟତ ଅତିକ୍ରମା କରି ଧାମରା ବସଷ୍ଟାଣ୍ଡ ଏବଂ ସମସ୍ତ ପେଟ୍ରୋଲ ପମ୍ପ ଠାରେ ଏହି ସଡକ ସୁରକ୍ଷା ବାବଦରେ ସମସ୍ତ ଜନସାଧାରଣ ଏବଂ ବାଇକ ଆରୋହୀଙ୍କୁ କିପରି ସଡକ ସୁରକ୍ଷା ମାନିଲେ ଆମ୍ଭେ ନିରାପଦରେ ନିଜ ଘରେ ପହଂଚିପାରିବା ଏବଂ ସମସ୍ତ ସୁରକ୍ଷା ବଳୟ ଭିତରେ ବାଇକ ଚାଳକ କିପରି ବାଇକ ଚଳାଇବା ଦରକାର ସେ ବିଷୟରେ ଅବଗତ କରାଇଥିଲେ। ବାଇକ ଆରୋହୀ ମାନେ ହେଲେମେଟ ପିନ୍ଧି ଯାତ୍ରା କରୁଥିବାରୁ ସେମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ଭାଷଣ କରୁଥିବା ବେଳେ ବିନା ହେଲେମେଟରେ ଯାତ୍ରା କରୁଥିବା ବାଇକ ଚାଳକ ଏବଂ ଆରୋହୀ ମାନଙ୍କୁ ମଧ୍ୟ ସତର୍କତା ଅବଲମ୍ବନ ସହ ବାଇକ ଚଳାଇବାକୁ ଉପଦେଶ ଦେଇଥିଲେ। ବିନା ହେଲେମେଟରେ କୌଣସି ବାଇକ ଆରୋହୀଙ୍କୁ ପଟ୍ରୋଲ ନ ଦେବାକୁ ସମସ୍ତ ପେଟ୍ରୋଲ ପମ୍ପ ମାଲିକ ଅବଗତ କରାଇଥିଲେ। ଗତ ୧ତାରିଖ ରୁ ଏହି ସଡକ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ଅଧ୍ୟକ୍ଷତା କରୁଥିବା ବେଳେ ଏନଏସଏସର ବାୟିତ୍ବରେ ଥିବା ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ଏହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମନୋରଞନ ମଲିକ, ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ ବିଜୟ କୁମାର ସାହୁ, ରାଜେନ୍ଦ୍ର ନାରାୟଣ ରାଉତ, ବିଜୟ କୁମାର ରାଉତ, ମମତା ପାଢୀ, ଲକ୍ଷ୍ମୀଧର ବେହେରା, ମନୋରଞନ ମଲିକ, ରାଜା ଦାସ, ନିଶାକର ପାତ୍ର, ମହିମା ପଲେଇ, ଉଶାରାଣୀ ବେହେରା, ଜଗନ୍ନାଥ ଦାସ, ମାନସ ରଞନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂପାଦନା କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories