www.samajalive.in
Tuesday, December 9, 2025
16.1 C
Bhubaneswar

୨୨ଟି ଦେଶ ଓ ୧୨ଟି ଆନ୍ତର୍ଜାତୀୟ ସଂଗଠନ ବିଶ୍ୱ ଜୈବ ଇନ୍ଧନ ମିଳିତ ମଞ୍ଚରେ ସାମିଲ

ଡେସ୍କ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ଦେଶ ଏବଂ ୧୨ଟି ଆନ୍ତର୍ଜାତୀୟ ସଂଗଠନ ବିଶ୍ୱ ଜୈବ ଇନ୍ଧନ ମିଳିତ ମଞ୍ଚରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମେଣ୍ଟ ଆରମ୍ଭ କରିଥିଲେ। ଶ୍ରୀ ପୁରୀ କହିଛନ୍ତି ଯେ ଏହି ମଞ୍ଚରେ ଯୋଗ ଦେଉଥିବା ଦେଶ ସଂଖ୍ୟା ବୃଦ୍ଧି ପାଉଛି। ତାଙ୍କ ମନ୍ତ୍ରଣାଳୟର ସଫଳତା ଉପରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପୁରୀ କହିଛନ୍ତି ଯେ ଭାରତ ନେତୃତ୍ୱରେ ବିଶ୍ୱ ଜୈବ ଇନ୍ଧନ ମଞ୍ଚ ଏକ ପଦକ୍ଷେପ ଯାହା ଜୈବ ଇନ୍ଧନ ଗ୍ରହଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ ଏବଂ ଏଥିପାଇଁ ସରକାର ଓ ଆନ୍ତର୍ଜାତୀୟ ସଂଗଠନ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇବ। ଏଥିରୁ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories