www.samajalive.in
Sunday, December 7, 2025
23.1 C
Bhubaneswar

ତାରିଣୀ ଦର୍ଶନ କରି ଘରକୁ ଫେରୁଥିଲେ; କଣ୍ଟେନରକୁ ଧକ୍କା ଦେଲା କାର, ଜଣେ ମୃତ

କେନ୍ଦୁଝରଗଡ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇ ଥିବା ଏକ କଣ୍ଟେନରକୁ କାରଟି ପଛ ପଟରୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। କାରରେ ଥିବା ଅନ୍ୟ ୪ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ମୃତ ମହିଳାଙ୍କ କୋଳରେ ଥିବା ବର୍ଷକର ଶିଶୁ ସାମାନ୍ୟ ଆହତ ହୋଇଥିଲେ ହେଁ ସୁରକ୍ଷିତ ଥିବା ଜଣାପଡିଛି। ମୃତକ ରାଉରକେଲା ଅଞ୍ଚଳର ଉଷାରାଣୀ ମୁଦୁଲି (୩୫)।
ସୂଚନା ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ରାଉରକେଲା ଅଞ୍ଚଳର ସୋମନାଥ ମୁଦୁଲି, ସ୍ତ୍ରୀ ଉଷାରାଣୀ ମୁଦୁଲି ଓ ୨ ଶିଶୁଙ୍କ ସମେତ ସମ୍ପର୍କୀୟ ବବିତା ସିଂ ଓ ପୁଅ ମିଶି ମା’ ତାରିଣୀଙ୍କୁ ଦର୍ଶନ କରି ଘଟଗାଁରୁ ରାଉରକେଲାକୁ ଏକ କାରରେ ଫେରୁଥିବା ବେଳେ ବିଏସଏନ୍ଏଲର କେବୁଲ୍ ମରାମତି କାମ କରୁଥିବା କଣ୍ଟେନରଟି ରାସ୍ତା କଡ଼ରେ ଛିଡ଼ାହୋଇ ଥିବା ବେଳେ କାରଟି ପଛ ପଟରୁ ଦ୍ରୁତ ଗତିରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାରଟି ଚୁରମାର୍‌‌ ହୋଇ ଯାଇଛି । ଘଟଣା ସ୍ଥଳରେ ଉଷାରାଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ପର୍କୀୟ ମହିଳା ବବିତା ସିଂ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ନୟାକୋଟ ପୁଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ମୃତ ମହିଳାଙ୍କ କୋଳରେ ଥିବା ଏକ ୫ ବର୍ଷର ଝିଅ ସୁରକ୍ଷିତ ଥିବା ବେଳେ କୋଳରେ ଥିବା ଅନ୍ୟ ଏକ ବର୍ଷକର ଶିଶୁ ସାମାନ୍ୟ ଆହତ ହୋଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories