କେନ୍ଦୁଝରଗଡ : ଅର୍ନ୍ତଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଉଷୁ କ୍ରୀଡାବିତ୍ ରମେଶ ମୁଣ୍ଡାଙ୍କୁ ଜିଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସରେ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଛି। କେନ୍ଦୁଝର ଷ୍ଟାଡିୟମ ପଡିଆରେ ଆୟୋଜିତ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଅର୍ନ୍ତଜାତୀୟ ଉଷୁ ଖେଳାଳୀ ଶ୍ରୀ ମୁଣ୍ଡାଙ୍କୁ ମୁଖ୍ୟଅତିଥି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପୁଷ୍ପଗୁଛ, ମାନପତ୍ର ଓ ପଦକ ଦେଇ ସମ୍ବର୍ଦ୍ଧିିତ କରିଥିଲେ। ସୂଚନାଯୋଗ୍ୟ ଯେ, ଉଷୁ ଖେଳାଳୀ ଶ୍ରୀ ମୁଣ୍ଡା ବଡବିଲସ୍ଥିତ ଜେଏସ୍ପି ଫାଉଣ୍ଡେସନ ପରିଚାଳିତ ଜିନ୍ଦଲ ସ୍ପୋର୍ଟ୍ସ ଛାତ୍ରାବାସରେ ରହି ନିଜର କ୍ରୀଡା ସାଧନା ସହ ଶିକ୍ଷାଗ୍ରହଣ ଜାରି ରଖିଥିବା ବେଳେ ତାଙ୍କର ଏହି ସଫଳତା ପାଇଁ ଜେଏସ୍ପି ଫାଉଣ୍ଡେସନ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Popular Categories



