www.samajalive.in
Saturday, December 6, 2025
14.1 C
Bhubaneswar

୨କୋଟି ୩୫ ଲକ୍ଷ ଠକେଇ ; ୨ ଜଣଙ୍କୁ ୧୦ ବର୍ଷ ଜେଲ୍

ବାଲେଶ୍ୱର : ୨ କୋଟି ୩୫ ଲକ୍ଷ ଠକେଇ ଅଭିଯୋଗରେ ୨ ଜଣଙ୍କୁ ୧୦ ବର୍ଷ ଜେଲ୍ ଓ ୩ ଲକ୍ଷ ଜରିମାନା ହୋଇଛି। ଶନିବାର ବାଲେଶ୍ଵର ଓପିଆଇଡି ଏବଂ ଇଓଡବ୍ଲ୍ୟୁ ସ୍ୱତନ୍ତ୍ର ଜଜ୍‌‌ ବିଶ୍ଵଜିତ୍ ଦାସ ଦଣ୍ଡାଦେଶ ଶୁଣାଇଛନ୍ତି। ଅନାଦେୟ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶ ସାହିବାବାଦର ହିମାଂଶୁ ଭଣ୍ଡାରି (୨୯) ଓ ବିଜୟ ଭାରଦ୍ଵାଜ ବୋଲି ଜଣାପଡିଛି।
ସୂଚନା ଯୋଗ୍ୟ, ଆରବିଆଇ ଅଫିସର କହି ୨ କୋଟିରୁ ଅଧିକ ଠକେଇ ମାମଲାରେ ଏହି ୨ ଜଣଙ୍କୁ ସଜା ହୋଇଛି। ୨ ଅଭିଯୁକ୍ତ ଯୋଡାର ଜଣେ ବ୍ୟବସାୟୀଙ୍କୁ ୨ କୋଟି ୩୫ ଲକ୍ଷ ଠକେଇ କରିଥିଲେ। ପ୍ରଧାନମନ୍ତ୍ରୀ ରାହତ କୋଷ ଯୋଜନାରେ ଋଣ କରାଇବାକୁ କହି ଠକିଥିଲେ ବୋଲି ସୂଚନା ମିଳିଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories