www.samajalive.in
Saturday, December 6, 2025
17.1 C
Bhubaneswar

୨ଟନ ପିଆଜରେ ବେଳାଭୂମିରେ ସୁଦର୍ଶନଙ୍କ ବୃହତ ସାଣ୍ଟାକ୍ଲଜ

ପୁରୀ : ଖ୍ରୀଷ୍ଟମାସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ‘ଗିଫ୍ଟ ଏ ପ୍ଲାଣ୍ଟ ଓ ଗ୍ରିନ ଦ ଆର୍ଥ’ର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ତାଙ୍କ ଦ୍ୱାରା ନିର୍ମିତ ଏହି ବାଲୁକା କଳା ବିଶ୍ୱର ବଡ଼ ସାଣ୍ଟାକ୍ଲଜ ହୋଇଥିବା ବେଳେ ଏଥିରେ ପ୍ରାୟ ୨ଟନ ଓଜନର ପିଆଜ ବ୍ୟବହାର ହୋଇଛି। ୧୦୦ଫୁଟ ଲମ୍ବା ଓ ୨୦ଫୁଟ ଉଚ୍ଚତାର ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ପାଇଁ ସୁଦର୍ଶନ ଓ ତାଙ୍କ ଅନୁଷ୍ଠାନର ୩୧ ପିଲାଙ୍କୁ ପ୍ରାୟ ୮ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି। ଖ୍ରୀଷ୍ଟମାସ ଅବସରରେ ସାଣ୍ଟା କ୍ଲଜ ଜରିଆରେ ବିଭିନ୍ନ ଉପହାର ଦିଆଯାଉଥିବା ବେଳେ ଏହି ବାଲୁକାକଳା ମାଧ୍ୟମରେ ପୃଥିବୀକୁ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ଉପହାର ଦେବାର ବାର୍ତ୍ତା ରହିଛି। ଏହି ଅବସରରେ ସୁଦର୍ଶନଙ୍କ ସମ୍ମାନ ସୂଚୀରେ ୱାର୍ଲ୍ଡ ରେକର୍ଡ ବୁକସ୍‌ ଅଫ ଇଣ୍ଡିଆର ସମ୍ମାନ ଯୋଡ଼ି ହୋଇଛି। ଏହି ବାଲୁକା କଳା ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories