www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତଵତାର ଚିତ୍ର ପ୍ରଚୁର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଓଡ଼ିଆ ଗଳ୍ପରେ ସାମାଜିକ ବାସ୍ତଵତାର ଚିତ୍ର ପ୍ରଚୁର । ଫକୀର ମୋହନଙ୍କ ରେବତୀ ଠାରୁ ବର୍ତମାନ ସମୟ ଯାଏଁ ଓଡ଼ିଆ ଗଳ୍ପ ବିଭିନ୍ନ ଧାରା ଦେଇ ଗତି କରିଛି । ବିଭିନ୍ନ ପରୀକ୍ଷା ନିରୀକ୍ଷା ହୋଇଛି ଗଳ୍ପରେ । କିନ୍ତୁ ସବୁବେଳେ ସମାଜର କଥାକୁ କହିଛି ଗଳ୍ପ। ଦାଦନ ଦାରିଦ୍ର୍ୟ ଗରିବୀ ,ଅନ୍ୟାୟ , ଅତ୍ୟାଚାର ଜମି ସମସ୍ୟା ,ବିସ୍ଥାପନ ସବୁ ଘଟଣା ଓ ବିଷୟ ସବୁକୁ ନେଇ ଗଳ୍ପ ଲେଖା ହୋଇଛି ଓଡ଼ିଆ ଭାଷାରେ। ସଚି ରାଉତରାୟ, ମନୋଜ ଦାଶ , ପ୍ରତିଭା ରାୟ ,ଗୌରହରି ଦାସ , ଗାୟତ୍ରୀ ସରଫ , ମନୋଜ ପଣ୍ଡା ,ସଞ୍ଜୟ ମିଶ୍ର ଆଡିତେଶ୍ୱର ମିଶ୍ର ସୁଜିତ ପଣ୍ଡା ଆଦିଙ୍କ ଗଳ୍ପରେ ଭରପୁର ରହିଛି ସାମାଜିକ ବାସ୍ତଵତାର ଚିତ୍ର। ସମ୍ପାନଟି କେନ୍ଦ୍ର ସାହିତ୍ୟ ଏକାଡେମୀ ଓ କେଭି ଡିଗ୍ରୀ ମହା ବିଦ୍ୟାଳୟ କଣ୍ଟାବାଞ୍ଜି ପକ୍ଷରୁ ଆୟୋଜିତ ହୋଇଥିଲା । ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ସ୍ନାତ କୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ ସଞ୍ଜୟ କୁମାର ମିଶ୍ର। ସଭାରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ସଭ୍ୟ ମନୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମହାବିଦ୍ୟାଳୟର ଅଧକ୍ଷ ଦେବେନ୍ଦ୍ର ମେହେର ଓ ଧନ୍ୟବାଦ ଦେଇଥିଲେ ପ୍ରାଧ୍ୟାପିକା ପ୍ରଭାସିନୀ ରାଉତରାୟ । ଏହି ସମ୍ପନରେ ଡ ସେସାନ ବିଶି, ଡ କୌତୁକ ପନ୍ଦର ଓ ଅଧ୍ୟାପିକା ଜାମିନି ଦାସ ଓଡିଆ ଗଳ୍ପରେ ସାମାଜିକ ବାସ୍ତବତା ବିଷୟରେ ପ୍ରବନ୍ଧ ପାଠ କରିଥିଲେ । ସଭା ସଂଯୋଜନା କରିଥିଲେ ପ୍ରାଧ୍ୟାପକ ଲୋହିତା ଯୋଶୀ । ସଭାରେ ଅନ୍ୟାନ୍ୟ ଅଧ୍ୟାପକ ଆଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସଭା ମୁଖ୍ୟ ମନୋଜ ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ପଠନ କରିବା ପାଇଁ ଉତ୍ସାହିତ କରିବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ଛାତ୍ର ଛାତ୍ରୀ ମାନଙ୍କୁ ଏ ଦିଗରେ ସବୁ ବେଳେ ଉତ୍ସାହିତ କରୁଛି ବୋଲି କହିଥିଲେ । ସମ୍ପାନରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories