ସୋମବାରରେ ଏହି ରାଶିଧାରୀଙ୍କର ଅତି ଉତ୍ତମ ଫଳ

ମେଷ- ଆପଣଙ୍କ କୀର୍ତ୍ତିର ସୀମା ନିର୍ଣ୍ଣୟ କରିହେବ ନାହିଁ। ବ୍ୟକ୍ତିତ୍ବର ସ୍ବତନ୍ତ୍ରତା ପାଇଁ ସମ୍ମାନାସ୍ପଦ ହେବେ। ସଂଯମପୂର୍ଣ୍ଣ ସତ୍‌ଚରିତ୍ରତାର ନିଦର୍ଶନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଧନାଗମର ମାର୍ଗ ଉନ୍ମୁକ୍ତ ରହିଛି।

ବୃଷ- ପ୍ରେମର ବନ୍ଧନ ନୀବିଡ଼ ହେଲେ ସାମାଜିକ ଦାୟିତ୍ବବୋଧ ଓ ପରିବାରର ସଂଜ୍ଞା ବିଲୁପ୍ତ ହୋଇନପାରେ। ଜନ୍ମଦିନରେ ପ୍ରଗତିଶୀଳ ପଦକ୍ଷେପକୁ ଲୋକଲୋଚନକୁ ଆଣିପାରନ୍ତି। ଆୟ ବୃଦ୍ଧି ହେବ।

ମିଥୁନ- ସାଧନାରେ ସିଦ୍ଧିପ୍ରାପ୍ତ ହେବେ; ମାତ୍ର ଏହା ଅହଂକାରଶୂନ୍ୟ ହେବ। ଆବଶ୍ୟକ ମୃଦୁଭାଷୀ ହୋଇପାରନ୍ତି। ମନରେ ସାହସ ଓ ଆତ୍ମପ୍ରତ୍ୟୟ ସୃଷ୍ଟି ହେଲେ ଲକ୍ଷ୍ୟ ସ୍ଥଳରେ ଉପନୀତି ହେବେ। ଖର୍ଚ୍ଚାନ୍ତ ହେବେ।

କର୍କଟ- ଇନ୍ଦ୍ରିୟମାନଙ୍କର ଲାଳସା ଓ ଆତ୍ମଜ୍ଞାନକୁ ପରିତ୍ୟାଗ କରି ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହୋଇ ବିଦ୍ବାନ୍‌ ବ୍ୟକ୍ତିବିଶେଷ ହେବେ। ସରକାରୀ କୃପାରେ ଧନ ଓ ସମ୍ମାନ ସବୁକିଛି ପ୍ରାପ୍ତ ହେବେ।

ସିଂହ- ଉପନିଷଦର ସର୍ବବୃହତ୍‌ ବ୍ରହ୍ମମୟ ବାଣୀ ଆପଣଙ୍କର ବୋଧଗମ୍ୟ ହୋଇଥିବାରୁ ଆତ୍ମା ପରିପୂର୍ଣ୍ଣ ହୋଇପାରେ। ଅଶିକ୍ଷା କିମ୍ବା କୁଶିକ୍ଷାର ଅମାଅନ୍ଧକାରକୁ ଶିକ୍ଷାର ପ୍ରଦୀପ ପ୍ରଜ୍ଜ୍ବଳନ କରି ଦୂରେଇ ଦେଇପାରନ୍ତି।

କନ୍ୟା- ସତ୍ୟକୁ ସର୍ବୋଚ୍ଚ ଆସନ ଦେଉଥିବା ଆପଣ ସମାଜ ପାଇଁ ସ୍ବୟଂ ପ୍ରେରଣାର ସ୍ତମ୍ଭ ଓ ପ୍ରଣମ୍ୟ ହୋଇପାରନ୍ତି। କର୍ମକୁଶଳତା ପାଇଁ ନିଜର ଭାଗ୍ୟ ନିୟନ୍ତା ନିଜେ ହେବେ। ସ୍ବୟଂସିଦ୍ଧା ପତ୍ନୀ ପ୍ରେରଣାଦାୟୀ ହେବେ।

ତୁଳା- ପରିସ୍ଥିତିର ଦାସତ୍ବ ସ୍ବୀକାର କରି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇବେ। ନୀତିହୀନ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିପାରନ୍ତି। ଆକାଂକ୍ଷା ରୂପକ ବେଡ଼ି ଅଗ୍ରସର ହେବାର ପଥରୋଧ କରିବ।

ବିଚ୍ଛା- ନିଜ ଭିତରେ ଥିବା ସୂର୍ଯ୍ୟକୁ ଉଦୟ କରି ପାଦକୁ କଷ୍ଟ ଦେଉଥିବା ପାବତ୍ସଗୁଡ଼ିକୁ ଅତିକ୍ରମ କରିପାରନ୍ତି। ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ବ୍ୟାବସାୟିକ ଧନାଗମର ମାର୍ଗ ଉନ୍ମୁକ୍ତ ରହିଛି।

ଧନୁ- ଚେତନା ଧର୍ମୀ ଲେଖା ଅବୁଝାମାନଙ୍କ ହୃଦୟକୁ ପରିବର୍ତ୍ତନ କରି ସୁମାର୍ଗୀ କରିପାରେ। ଭାଷାର ସାବଲୀଳତା ଓ ସାନ୍ଦ୍ରତା ପାଠକମାନଙ୍କୁ ଭାବବିହ୍ବଳ କରେ। ଶତ୍ରୁ ବିନାଶ ଓ ଋଣ ପରିଶୋଧ ଉପରେ ଉଚିତ୍‌ ଧ୍ୟାନ ଦେବେ।

ମକର- ପ୍ରତ୍ୟେକ କାର୍ଯ୍ୟରେ ଅର୍ଥ ଯୋଗାଡ଼ କରିବାରେ ପାରଙ୍ଗମ ହେବେ। ଜନସମାଜକୁ ଆଶ୍ବାସନା ଦେବାର ପ୍ରତିଭା ଆପଣଙ୍କଠାରେ ରହିଛି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହୋଇପାରନ୍ତି।

କୁମ୍ଭ- ଅତି ମାନସ ଜ୍ଞାନଜ୍ୟୋତିକୁ ଉନ୍ମୋଚନ କରି ଆତ୍ମଶକ୍ତିକୁ ଜାଗ୍ରତ କଲେ ଅଚିତ୍ୟ ଶକ୍ତିସମ୍ପନ୍ନ ହେବେ। ଉଦାର ଚେତା, ଉଦାର ଚରିତ୍ର ଓ ଉଦାର ସ୍ବଭାବସମ୍ପନ୍ନ ହେବେ। ଅସୁସ୍ଥତା ଆପଣଙ୍କ ଚିନ୍ତାର କାରଣ ହେବ।

ମୀନ- ପରୋପକାର ଓ ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଗରିବ ଓ ନରାଶ୍ରୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିବେ। କର୍ମଚଞ୍ଚଳ ଓ କର୍ମଠ ରହିବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.