www.samajalive.in
Sunday, December 14, 2025
16.1 C
Bhubaneswar

‘ସାଲାର’ କବ୍‌ଜାରେ ବକ୍ସ ଅଫିସ; ୨ ଦିନର ଆୟ କରିଦେବ ଆଶ୍ଚର୍ଯ୍ୟ

ମୁମ୍ବଇ: ପ୍ରଭାସ, ପୃଥ୍ବୀରାଜ ସୁକୁମାରନ ଓ ଶ୍ରୁତି ହାସନ ଅଭିନୀତ ଚଳଚ୍ଚିତ୍ର ‘ସାଲାର’କୁ ନେଇ ଦୀର୍ଘ ଦିନରୁ ଚର୍ଚ୍ଚା ଜାରି ରହିଛି। ପ୍ରଶାନ୍ତ ନୀଲଙ୍କ ‘ସାଲାର’ର ଟିଜର ଓ ଟ୍ରେଲରକୁ ନେଇ ମଧ୍ୟ ଆଲୋଚନା ସମାଲୋଚନା ହୋଇଥିଲା। ସେହିପରି ଏହା ଶାହରୁଖ ଖାନଙ୍କ ‘ଡଙ୍କୀ’କୁ ଟକ୍କର ଦେଇପାରିବ କି ନାହିଁ, ସେନେଇ ମଧ୍ୟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ତେବେ ଡିସେମ୍ବର ୨୨ରେ ପରଦାକୁ ଆସିବା ପରେ ବକ୍ସ ଅଫିସରେ ଦମ୍‌ନାର ପ୍ରଦର୍ଶନ ଜାରି ରଖିଛି ‘ସାଲାର’। ମୁକ୍ତିଲାଭର ଦୁଇ ଦିନ ମଧ୍ୟରେ ଫିଲ୍ମର ଆୟ ୧୦୦ କୋଟି ନୁହେଁ ବରଂ ୨୫୦ କୋଟି ଟଙ୍କା ପାର୍‌ ହୋଇସାରିଛି, ଯାହାକି ୨୦୨୩ରେ ‘ପଠାନ୍‌’, ‘ଯବାନ’, ‘ଲିଓ’ ଏବଂ ‘ଜେଲର’ ଭଳି ଚଳଚ୍ଚିତ୍ରର ରେକର୍ଡ଼ ଭାଙ୍ଗିବାରେ ଲାଗିଛି।

ସୂଚନା ମୁତାବକ, ‘ସାଲାର’ ଭାରତରେ ଦୁଇ ଦିନରେ ୨୫୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଦୁଇ ଦିନ ମଧ୍ୟରେ ‘ସାଲାର’ ସଂଗ୍ରହ ୭୧.୫୨ କୋଟି ଟଙ୍କା ଆୟ କରିଛି। ଏଥିସହ ମୋଟ୍‌ ଆୟ ୧୦୪.୬୫ କୋଟିରେ ପହଞ୍ଚିଛି। ସେହିପରି ଦୁଇ ଦିନରେ ଭାରତରେ ବ୍ୟବସାୟ ବିଷୟରେ କହିବାକୁ ଗଲେ, ଏହା ୧୪୪.୨୭ କୋଟିରେ ପହଞ୍ଚିଥିଲା, ପରେ ଭାରତରେ ମୋଟ୍‌ ଆୟ ୨୫୧.୧୫ କୋଟିରେ ପହଞ୍ଚିଛି। କେବଳ ଏତିକି ନୁହେଁ, ପ୍ରଥମ ଦିନର ବିଶ୍ବସ୍ତରୀୟ ବକ୍ସ ଅଫିସ ଆୟ ୬୭.୪୯ କୋଟି ଓ ମୋଟ୍‌ ଆୟ ୧୬୭ କୋଟି ଥିଲା। ସେହିପରି ଦ୍ବିତୀୟ ଦିନରେ ଏହା ୪୫.୭୮ କୋଟି ଆୟ ସହିିତ ମୋଟ୍‌ ୮୪.୧୫ କୋଟିରେ ପହଞ୍ଚିଛି। ଏହାପରେ ବିଶ୍ବସ୍ତରରେ ଦୁଇ ଦିନର ଆୟ ୩୪୫ କୋଟିରେ ପହଞ୍ଚିଛି।

- Advertisement -

ସୂଚନାଯୋଗ୍ୟ, ‘ପଠାନ’ର ଦୁଇ ଦିନର ବକ୍ସ ଅଫିସ୍ ଆୟ ମୋଟ ୨୧୯.୬ କୋଟି ଟଙ୍କା ଥିଲା। ‘ଯବାନ’, ‘ଲିଓ’ ଏବଂ ‘ଜେଲର’ର ଆୟ ମଧ୍ୟ ୨୦୦ କୋଟି ଟଙ୍କା ଅତିକ୍ରମ କରିଥିଲା। କିନ୍ତୁ ୨୫୦ କୋଟିରୁ ଅଧିକ ଆୟ କରି ‘ସାଲାର’ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହା ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଯେ, ଏହା ଆରମ୍ଭ ମାତ୍ର।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories