www.samajalive.in
Friday, December 5, 2025
20.1 C
Bhubaneswar

‘ସଚେତନତା ଓ ସତର୍କତା ଖାଉଟିଙ୍କ ସୁରକ୍ଷା କବଚ’

ଆଠଗଡ: ଆଠଗଡ ଖାଉଟି ସୁରକ୍ଷା ସଂଘ ଓ ଉପଖଣ୍ଡ ଖାଦ୍ୟ ଯୋଗାଣ ବିଭାଗ ମିଳିତ ଆନୁକୂଲ୍ୟରେ ରବିବାର ଜାତୀୟ ଖାଉଟି ଦିବସ ଆଠଗଡରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ଵନାଥ ବିଦ୍ୟାପୀଠ ପ୍ରେକ୍ଷାଗୃହରେ ଖାଉଟି କଲ୍ୟାଣ ସଂଘ ସଭାପତି ଆଇନଜୀବୀ ପ୍ରାଣକୃଷ୍ଣ ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ ପ୍ରଦୀପ୍ତ କୁମାର ସାହୁ ଯୋଗଦେଇ ସଚେତନତା ଓ ସତର୍କତା ହେଉଛି ଖାଉଟିଙ୍କ ସୁରକ୍ଷା କବଚ ବୋଲି ମତବ୍ୟକ୍ତ କରିଥିଲେ। ଖାଉଟି ବା ଉପଭୋକ୍ତା ଖାଉଟି ସୁରକ୍ଷା ଆଇନ ବାବଦରେ ଯେତେ ଅଧିକ ସଚେତନ ହେବେ ଠକିମୀର ଶିକାର ହେବାରୁ ସେତିକି ସୁରକ୍ଷିତ ରହିବେ ବୋଲି କହିବା ସହ ଖାଉଟି ସୁରକ୍ଷା ଆଇନ ସମ୍ପର୍କରେ ଏଡିଜେ ଶ୍ରୀ ସାହୁ ସମ୍ୟକ ସୂଚନା ଦେଇଥିଲେ। ଏଥିରେ ମୁଖ୍ୟବକ୍ତା ରୂପେ କେନ୍ଦ୍ର ଗୁଇନ୍ଦା ବିଭାଗର ପ୍ରାକ୍ତନ ଉପନିର୍ଦ୍ଦେଶକ ଭବେଶ କୁମାର ରାଉତ ଉଦବୋଧନ ଦେଇ ଉପଭୋକ୍ତାଙ୍କ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ସାମଗ୍ରୀ କିଣିବାବେଳେ ଓ ସେବା ଉପଲବ୍ଧ କରିବା ସମୟରେ ରସିଦ ଆଣିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ସଂଘର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ବିଷ୍ଣୁ ପ୍ରସାଦ ସାହୁ ଖାଉଟି ଆଇନ ସମ୍ପର୍କରେ ତର୍ଜମା କରିଥିଲେ। ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂଘର ସଂପାଦକ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହିତ ସଂଘର ବିବରଣୀ ଉପସ୍ଥାପନ କରିଥିଲେ । ପ୍ରାରମ୍ଭରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପୂର୍ବରୁ ଆୟୋଜିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ଵନାଥ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ଓକିଲ ସଂଘ ସଭାପତି ଜଗଦାନନ୍ଦ ତ୍ରିପାଠୀ, ଜ୍ଞାନପ୍ରକାଶ ଧଳସାମନ୍ତ, ଅଧ୍ୟାପିକା ପୁଷ୍ପମଞ୍ଜରୀ ଦାସ, ଡଃ ଗାୟତ୍ରୀ ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories