www.samajalive.in
Saturday, December 6, 2025
26.1 C
Bhubaneswar

ଟୋକି ପର୍ବର ଆଦ୍ୟପର୍ବ ଗୁଡ଼ିଚଗା ଆନନ୍ଦ ଉଲ୍ଲାସର ସହ ପାଳିଲେ ଆଦିବାସୀ 

କଳାହାଣ୍ଡି: ମାଟି ଦେବତାକୁ କେଉଁ ଆଦିମ ସମୟରୁ ପୂଜା କରି ଆସୁଛନ୍ତି ଆଦିବାସୀ। କୁହାଯାଏ ସେ ସମୟରେ ଏହି ପୂଜା ପଦ୍ଧତିରେ କୁଆଁରୀ ଝିଅକୁ ବଳି ଚଡ଼ା ଯାଉଥିଲା। ସେଥିପାଇଁ ଏହି ପର୍ବକୁ ଟୋକିମରା ପର୍ବ ନାମରେ ନାମକରଣ କରାଯାଇଛି। ପରବର୍ତ୍ତୀ ସମୟରେ ଟୋକି ବା କୁଆଁରୀ ଝିଅ ବଦଳରେ ଗଡରା ବା ମେଣ୍ଡା ବଳିକୁ ରୂପାନ୍ତରିତ କରାଗଲା। ଏଥିପାଇଁ ଏହାକୁ ଗଡରାମରା ପର୍ବ ବୋଲି ମଧ୍ୟ କୁହାଯାଏ। ପୌଷମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ପୌଷ ପର୍ବ ବୋଲି ମଧ୍ୟ କୁହାଯାଏ। ଏବେ ସ୍ଥାନେ ସ୍ଥାନେ ଏହି ପର୍ବ ପାଳନ ପାଇଁ ସ୍ଥାନୀୟ ଲୋକେ ସଜବାଜ ହୋଇପଡିଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଖଣ୍ଡି ଡଙ୍ଗରିଗୁଡାରେ ରବିବାର ଟୋକିମରା ଉତ୍ସବର ଆଦ୍ୟପର୍ବ ଗୁଡିଚଗା ମହା ସମାରୋହରେ ପାଳିତ ହୋଇଛି। ଖଣ୍ଡି ଡଙ୍ଗରିଗୁଡା ଟୋକିପର୍ବ କମିଟିର ଆମନ୍ତ୍ରଣ କ୍ରମେ ନିକଟସ୍ଥ ଗ୍ରାମମାନଙ୍କରୁ ଏଥିରେ ସାମିଲ ହେବାକୁ ସମସ୍ତ ପ୍ରସ୍ତୁତି କରାଯାଇ ବିଧିବିଧାନ ଅନୁସାରେ ପୂଜାପାଠ କରାଯାଇଛି। ଟୋକିପର୍ବ କମିଟିର ସଭାପତି ଗୌତମ ବିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଟାଗାଁ ସରପଞ୍ଚ ଚନ୍ଦନ ପଣ୍ଡା ଯୋଗ ଦେଇଥିଲେ। ଗୌନ୍ତିଆ ସୁଦର୍ଶନ ମାଝି, ସଂପାଦକ ଭଗବାନ ମାଝି ସମେତ ଗ୍ରାମର ସମସ୍ତ କର୍ମକର୍ତ୍ତା ପରିଚାଳନା କରୁଥିବା ବେଳେ, ତୁମୁଡିଖୋଲ ଗ୍ରାମର ଅର୍ଜୁନ ମାଝି ଦିଶାରି କାର୍ଯ୍ୟ ନିର୍ବାହ କରୁଛନ୍ତି। ଗୁରୁମେ-ବିରାଗୁଡାର କମଳା ମାଝି, ମୁଦ୍ରାଧରିଆ- ରୋହିତ ଭୋଇ, ପୁଝାରୀ-ଲକ୍ଷ୍ମଣ ମାଝି, ରପିଆ-ଦେର୍ଳାପଡାର ଦଶରଥ ମାଝି, ନିଜ ନିଜ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଉତ୍ସବମୁଖର ଏହି ଗ୍ରାମରେ ପ୍ରବଳ ଜନସମାଗମ ଜାରି ରହିଛି ଓ ଆସନ୍ତା ଜାନୁୟାରୀ ମାସ ୨୧ ତାରିଖ ଦିନ ଏହି ଟୋକିପର୍ବ ଆୟୋଜିତ ହେବ ବୋଲି କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories