www.samajalive.in
Saturday, December 6, 2025
14.1 C
Bhubaneswar

ମୁଁ ଗୋମାଂସ ଖାଏନି କି ପ୍ରୋତ୍ସାହନ କରେନି – କାମିୟା ଜାନୀ

ଡେସ୍କ: ବ୍ଲଗର କାମିୟା ଜାନୀଙ୍କ ପୁରୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ଓ ଅବଢ଼ା ଖାଇବାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ସେ ଏକ ଭିଡିଓ ବାର୍ତ୍ତାରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ସେ ଗୋମାଂସ ଖାଆନ୍ତି ନାହିଁ କି ଏହାର ପ୍ରୋତ୍ସାହନ କରନ୍ତି ନାହିଁ। ସେ ଭିଡିଓ ବାର୍ତାରେ କହିଛନ୍ତି, ମୁଁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବାକୁ ପୁରୀ ଯାଇଥିଲି ଓ ଲୋକଙ୍କ ପାଖରେ ଶ୍ରୀମନ୍ଦିରର ନିର୍ମାଣ ଓ ସଂସ୍କୃତି ପହଞ୍ଚାଇବା ଉଦ୍ଦେଶ୍ୟ ଥିଲା। ସେ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ମୋର ଏହି ଭ୍ରମଣ ବିବାଦୀୟ ହୋଇଛି ଓ ଭ୍ରମଣ ସମୟରେ ସେ କୌଣସି ନିୟମ ଭଙ୍ଗ କରି ନ ଥିବା କହିଛନ୍ତି।


ସେ ହିନ୍ଦୁ ଧର୍ମକୁ ଅନୁସରଣ କରନ୍ତି ବୋଲି କହିଛନ୍ତି। ଗୋମାଂସ ଖାଇବା ନେଇ ସେ କହିଛନ୍ତି ଯେ ସେ କେବଳ କେରଳ ଫୁଡ୍‌ ବ୍ଲଗ ଭିଡିଓର ଏକ ସ୍କ୍ରିନସଟ୍‌ ବ୍ୟବହାର କରିଛନ୍ତି କିନ୍ତୁ ସେଠାରେ ବିଫ୍‌ ଖାଇ ନାହାନ୍ତି ବରଂ ନିରାମିଷ ଖାଦ୍ୟ ଖାଇଛନ୍ତି। ସେ ସଫେଇ ଦେଇଛନ୍ତି ଯେ ସେ ଯେଉଁ ଫୁଡ୍‌ ବ୍ଲଗ କରୁଛନ୍ତି ସେସବୁ ସ୍ଥାନରେ ସବୁ ଖାଦ୍ୟ ଖାଉ ନାହାନ୍ତି। ଏହି ଭିଡିଓ ବିବାଦ ଦୂର କରିବ ବୋଲି କାମିଆ ଆଶା କରିଛନ୍ତି।

ଓଲଟିଲା ଟ୍ୟାଙ୍କର, ଗ୍ୟାସ୍ ନିର୍ଗତ ହେଉଥିବା ନେଇ ଲୋକେ ଆତଙ୍କିତ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories