www.samajalive.in
Saturday, December 13, 2025
26.1 C
Bhubaneswar

ମଝି ଦରିଆରେ ମାଲବାହୀ ଜାହାଜ ଉପରେ ଆକ୍ରମଣ, ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ

ଡେସ୍କ: ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ, ଆରବ ସାଗରରେ ଆକ୍ରମଣର ଶିକାର ହୋଇଥିବା ଏକ ମାଲବାହୀ ଜାହାଜ ଏମଭି କେମ ପ୍ଲୁଟୋ ଆଡକୁ ଗତି କରୁଛି। ଏହି ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ ପରେ ଅଶୋଧିତ ତୈଳ ଥିବା କଣ୍ଟେନରରେ ନିଅଁ ଲାଗି ଯାଇଥିଲା ଓ ପରେ ନିଆଁକୁ ଆୟତ୍ତ କରାଯାଇଛି। ଏହି କ୍ଷତିଗ୍ରସ୍ତ ଜାହାଜ ପୋରବନ୍ଦର ଉପକୂଳଠାରୁ ୨୧୭ ନଟିକାଲ ମାଇଲ ଦୂରରେ ରହିଛି। ଇତି ମଧ୍ୟରେ ଭାରତୀୟ ନୌସେନାର ପି-୮ଇ ସାମୁଦ୍ରିକ ନୀରିକ୍ଷଣ ବିମାନ ଗୋଆର ହାନସା ନୌସେନା ଏୟାର ବେସରୁ ବାହାରିବା ପରେ କ୍ଷତିଗ୍ରସ୍ତ ଜାହାଜ ଏମଭି କେମ ପ୍ଲୁଟୋ ସହିତ ଯୋଗାଯୋଗ ସ୍ଥାପନ କରିଛି ବୋଲି ନୌସେନା ଅଧିକାରୀମାନେ କହିଛନ୍ତି।

ଆରବ ସାଗରରେ ମାଲବାହୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ

- Advertisement -

ସେହି ଜାହାଜ ମଧ୍ୟରେ ଥିବା ୨୦ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ଜଣାଯାଇଛି। ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ ଏହି ଜାହାଜରେ ଅଶୋଧିତ ତୈଳ ନେଇ ସାଉଦି ଆରବର ଏକ ବନ୍ଦରରୁ ମାଙ୍ଗାଲୋର ଅଭିମୁଖେ ଯାଉଥିଲା। ନିଆଁ ଲିଭିବା ପରେ ଜାହାଜ ଅଚଳ ହୋଇ ପଡିଥିବା କୁହାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories