www.samajalive.in
Saturday, December 13, 2025
26.1 C
Bhubaneswar

୨୮ ଦିନରେ ବିଶ୍ୱରେ କରୋନା ସଂକ୍ରମଣ ୫୨% ବୃଦ୍ଧି – ହୁ

ଡେସ୍କ: ବିଶ୍ୱରେ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୨୮ ଅର୍ଥାତ ୨୮ ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨% ବୃଦ୍ଧି ଘଟିଛି। ପୂର୍ବ ୨୮ ଦିନ ତୁଳନାରେ ୮ ଲକ୍ଷ ୫୦ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ବିଷୟ ପ୍ରକାଶ କରିଛି। ତେବେ ପୂର୍ବ ୨୮ ଦିନ ତୁଳନାରେ ମୃତ୍ୟୁ ସଂଖ୍ୟା ୮% ହ୍ରାସ ପାଇଛି। ଡିସେମ୍ବର ୧୭ ସୁଦ୍ଧା ସାରା ବିଶ୍ୱରେ ସଙ୍କ୍ରମିତଙ୍କ ସଂଖ୍ୟା ୭୭ କୋଟି ୨ ଲକ୍ଷରୁ ଅଧିକ ଥିବାବେଳେ ପ୍ରାୟ ସାତ ଲକ୍ଷ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

- Advertisement -

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ – ହୁ ଆଜି ଏହି ରିପୋର୍ଟ ଜାରି କରିଛି। ନଭେମ୍ବର ୧୩ରୁ ଡିସେମ୍ବର ୧୦ ମଧ୍ୟରେ, ୧ ଲକ୍ଷ ୧୮ ହଜାରରୁ ଅଧିକ ନୂଆ କୋଭିଡ ସଂକ୍ରମିତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୧ ହଜାର ୬୦୦ ରୁ ଅଧିକ ସଂକ୍ରମିତ ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଭର୍ତ୍ତି ହୋଇଛନ୍ତି।

ସେହିପରି ଡିସେମ୍ବର ୧୮ ସୁଦ୍ଧା କରୋନାର ଅନ୍ୟ ଏକ ପ୍ରକାର ଜେଏନ.୧ ଯୋଗୁ ମଧ୍ୟ କେତେକ ଦେଶରେ ସଂକ୍ରମଣ ବୃଦ୍ଧି ପାଇଛି।

ଫେରିଲା କରୋନା ; ପୁଣି ଫେରିଲା ମାସ୍କ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories