ଫେରିଲା କରୋନା ; ପୁଣି ଫେରିଲା ମାସ୍କ

ଭୁବନେଶ୍ୱର : ପୁଣି ଫେରିଲା କରୋନା। ରାଜ୍ୟରେ ୨୪ ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଶନିବାର ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଦେଖାଦେଇଛି। ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ଏଭଳି ଲୋକେ ଜନ ଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦିଆଯାଇଛି।